Pratidin TV

Odisha's Digital News Platform

ନିର୍ବାଚନ ରାଲି ବେଳେ ଘଟିଲା ଅଘଟଣ, ମିନି ବସ୍‌ରୁ ଖସିପଡ଼ିଲେ ବିଆରଏସର ସମସ୍ତ ନେତା ଓ ମନ୍ତ୍ରୀ…

1 min read

ଆଗକୁ ହେବାକୁ ଯାଉଛି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ସେଥିପାଇଁ ବିଭିନ୍ନ ରାଜନୈାତିକ ଦଳ ଗୁଡି ପ୍ରଚାର କର୍ଯ୍ୟରେ ଜୋରସୋରରେ ଆଗେଇଛନ୍ତି । ମୈଦାନରେ କରୁଛନ୍ତି ନିଜର ଶକ୍ତି ପ୍ରଦର୍ଶନ । ତେବେ ଏହି ପାଞ୍ଚଟି ରାଜ୍ୟ ମଧ୍ୟରେ ରହିଛି ତେଲେଙ୍ଗାନା । ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ହେବ ଭୋଟ । ସେଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର ପ୍ରସାର କାର୍ଯ୍ୟ । କିନ୍ତୁ ନିର୍ବାଚନୀ ପ୍ରଚାର ବେଳେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । କ୍ୟାମ୍ପେନ ବେଳେ ମିନି ବସ୍‌ରୁ ଖସିପଡ଼ିଲେକେ.ଟି ରାମା ରାଓଙ୍କ ସହ ବିଆରଏସର ଅନ୍ୟ ସମସ୍ତ ନେତା ଓ ମନ୍ତ୍ରୀ । ଜାମାବାଦର ଆର୍ମୁରରେ ଘଟିଛି ଏହି ଘଟଣା । ଯାହାକି ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଗୁରୁବାର ଦିନ ବିଆରଏସ ବିଧାୟକ ତଥା ପ୍ରାର୍ଥୀ ଜିଭାନ ରେଡ୍ଡୀଙ୍କ ନାମାଙ୍କନ ରାଲିରେ ଅଂଶଗ୍ରହଣ କରୁଥିବାବେଳେ ମନ୍ତ୍ରୀ କେ.ଟି.ଆର. । ନିଜାମାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ପୁଅ କେଟିଆର୍ ବିଆର୍ଏସ୍ ପ୍ରଚାର ମିିନି ବସ୍‌ର ଉପରେ ତିଆରି ହୋଇଥିବା ଏକ ରୁଫଟପ୍ ବାଲକୋନୀରେ ଠିଆ ହୋଇ ପ୍ରଚାର କରୁଥିଲେ । ତାଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଏହି ରାଲିରେ ସାମିଲ ହୋଇଥିଲେ । କିନ୍ତୁ ସମସ୍ତେ ଗାଡିର ଛାତ ଉପରେ ଠିଆ ହୋଇଥିବା ବେଳେ ହଠାତ୍ ଗାଡିଟି ଅଟକି ଯାଇଥିଲା । ଫଳରେ ସମସ୍ତେ ତଳେ ଖସିପଡିଥିଲେ । ଏକାଧିକ ନେତା ଓ ମନ୍ତ୍ରୀ ପ୍ରଚାର ଗାଡିରୁ ତଳେ ଗଳି ପଡିଛନ୍ତି । କିନ୍ତୁ ସୈାଭାଗ୍ୟ ବଶତଃ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କେଟିଆର । ସେମାନଙ୍କ ମଧ୍ୟରୁ କିଛି ନେତା ତଳେ ପଡି ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାଡି ଉପରେ ଆବଶ୍ୟକତା ଠାରୁ ଅଧିକ ଲୋକ ଠିଆ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Advertisement

Leave a Reply

Your email address will not be published. Required fields are marked *