Pratidin TV

Odisha's Digital News Platform

ନିଜକୁ ବିବାହ କରିଥିଲେ ,ଏବେ ଜୀବନ ହାରିଲେ ଟିକ ଟକ ଷ୍ଟାର ..

1 min read

 ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଜୀବନ ହାରିଛନ୍ତି । ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ ଜୀବନ ହାରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତାଙ୍କ ଶେଷ ରୀତିନୀତି ତାଙ୍କ ହୋମ ଟାଉନରେ ଅନୁଷ୍ଠିତ ହେବ। ଟିକ ଟକ ଷ୍ଟାରଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ତୁର୍କୀ ଗଣମାଧ୍ୟମ ଅନୁଯାୟୀ କୁବ୍ରାଙ୍କ ମୃତଦେହ ଇସ୍ତାନବୁଲର ସୁଲତାନବେଲି ଜିଲାରୁ ମିଳିଥିଲା। ମୃତଦେହ ନିକଟରେ ପୋଲିସ ଏକ ନୋଟ ମଧ୍ୟ ଜବତ କରିଛି। ଅଧିକାରୀମାନେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତରେ ନିୟୋଜିତ ଅଛନ୍ତି।

Advertisement

ଭାଇରାଲ ଭିଡିଓ ‘ଓ୍ବେଡିଂ ଓ୍ବିଦାଉଟ ଏ ଗ୍ରୁମ’ହେତୁ ୨୬ବର୍ଷୀୟ କୁବ୍ରା ଆଇକୁଟ ସୋସିଆଲ ମିଡିଆରେ ବହୁ ପରିଚିତ ହୋଇଥିଲେ। ଏହି ଭିଡିଓରେ କୁବ୍ରା ନିଜେ ନିଜକୁ ବିବାହ କରିଥିଲେ। ସେ କହିଛନ୍ତି ଯେ ସେ ଉପଯୁକ୍ତ ବର ପାଇ ନାହାଁନ୍ତି। ଏହି କାରଣରୁ ତାଙ୍କୁ ନିଜେ ବିବାହ କରିବାକୁ ପଡିଲା। ଏବେ ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ତାଙ୍କର ଶେଷ ଟିକଟକ ଭିଡିଓରେ କୁବ୍ରା ତାଙ୍କ ଆପାର୍ଟମେଣ୍ଟ ସଫା କରୁଛନ୍ତି।

Leave a Reply

Your email address will not be published. Required fields are marked *