Pratidin TV

Odisha's Digital News Platform

ମୃତ୍ୟୁକୁ ହରାଇ ଏକ ବର୍ଷରେ ପାଦ ଥାପିଲା ମୁଖୀ , ପ୍ରଥମ ଜନ୍ମବାର୍ଷିକୀରେ କେକ୍ କାଟିବ ଚିତା ଶାବକ ..

ଆଜି କୁନୋ ଜାତୀୟ ଉଦ୍ୟାନ ରେ ଚାଲିଛି ସେଲିବ୍ରେସନ । କାରଣ ଆଜି ଭାରତରେ ଜନ୍ମିତ ଚିତା ଶାବକ ମୁଖୀର ଆଜି ପ୍ରଥମ ଜନ୍ମଦିନ । ନାମ୍ବିଆରୁ ଭାରତ ଆସିଥିବା ଜ୍ୱଳା ୨୦୨୩ ୨୯ ମାର୍ଚ୍ଚରେ ୪ଟି ଶାବକକୁ ଜନ୍ମ ଦେଇଥିଲା ।ହେଲେ ଗତ ବର୍ଷ ଯେତେବେଳେ କୁନୋରେ ଅତ୍ୟଧିକ ଉତ୍ତାପ ଅନୁଭୂତ ହୋଇଥିଲା, ସେତେବେଳେ ତିନି ଶାବକ ଆଖିବୁଜିଦେଇଥିଲେ । ତା ସହିତ ମୁଖୀ ମଧ୍ୟ ଡିହାଇଡ୍ରେସନରେ ପୀଡିତ ହୋଇଥିଲା । ତାଙ୍କୁ ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ରଖାଯାଇଥିଲା । ପ୍ରାଣୀ ଚିକିତ୍ସକଙ୍କ କଠିନ ଉଦ୍ୟମ ହେତୁ ସେ ସୁସ୍ଥ ହୋଇଥିଲା । ବର୍ତ୍ତମାନ କୁନୋ ନ୍ୟାସନାଲ ପାର୍କରେ ଥିବା ଏହି ଚିତା ଶାବକ ୧ ବର୍ଷ ପୁରଣ ହୋଇଛି । ଏବେ ସେହି ଚିତା ଶାବକ ଶିକାର ମଧ୍ୟ ଆରମ୍ଭ କରିଦେଇଛି ।

ଆଜି ସେହି ଚିତା ଶାବକ ମୁଖୀର ଜନ୍ମ ଦିନ ଅବସରରେ ଉତ୍ସବ ମୁଖର କୁନୋ ଜାତୀୟ ଉଦ୍ୟାନ । କୁନୋ ଜାତୀୟ ଉଦ୍ୟାନରେ ସେହି ଚିତା ଶାବକର ଜନ୍ମଦିନ ଖୁବ୍ ଧୁମ୍‌ଧାମ ରେ ପାଳନ କରାଯିବ । ପ୍ରଥମ ଜନ୍ମଦିନ ଅବସରରେ ଚିତା ମିତ୍ରମାନଙ୍କ ସହ କେକେ କାଟି ମିଠା ବଣ୍ଟନ କରାଯିବ । ତେବେ ମୁଖୀର ଜନ୍ମଦିନ ଅବସରରେ କୁନୋ ମ୍ୟାନେଜମେଣ୍ଟ ତରଫରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ସେୟାର କରିଛି ଯେଉଁଥିରେ ଚିତାବାଘକୁ ବଞ୍ଚାଇବା ପାଇଁ କିପରି ବ୍ୟବସ୍ଥା କରାଯାଇଛି ତାହା କୁହାଯାଇଛି । ଏହା ସହ ଏହି ଚିତା ଶାବକର ନାମକରଣ ମଧ୍ୟ କରାଯିବ । ହେଲେ ଏହି ବାଘ ଛୁଆକୁ ଏବେ ମୁଖୀ ନାମରେ ଡକାଯାଉଛି ।

କୁନୋ ପ୍ରୋଜେକ୍ଟ ଚିତା ଅଧୀନରେ ୨୦ ଟି ଚିତା କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା, ସେଥିମଧ୍ୟରୁ ସାତଟି ଚିତାଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଜୀବିତ ଅଛନ୍ତି । ସେପଟେ ଜ୍ୱଲା ମଧ୍ୟ ପୁଣିଥରେ ୬ଟି ଶାବକକୁ ଜନ୍ମ ଦେଇଛି । ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ଛୁଆ ସମେତ ମୋଟ ଚିତା ସଂଖ୍ୟା ୨୭ ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *