Pratidin TV

Odisha's Digital News Platform

କୁଏତ ଅଗ୍ନିକାଣ୍ଡ ଘଟଣା , ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ୨ ଓଡିଆଙ୍କ ମୃତଦେହ ।

କୁଏତ ଅଗ୍ନିକାଣ୍ଡ ଘଟଣା ରେ ୨ ଓଡ଼ିଆ ଯୁବକ ମୃତ୍ୟୁ ଘଟଣା। ୪ଦିନ ପରେ ଓଡ଼ିଶା ରେ ପହଞ୍ଚିଲା ମର ଶରୀର। କୁଏତ ର ୧୨ ତାରିଖ ବୁଧବାର ଦିନ ୬ ମହଲା ବିଲ୍ଡିଂ ରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ୫୦ଜଣ ଶ୍ରମିକଙ୍କ ମୃତ୍ୟୁ ହେଇଥିବା ବେଳେ ୪୫ ଜଣ ଭାରତୀୟ ଥିଲେ । ଗତକାଲି ଶୁକ୍ରବାର ଦିଲ୍ଲୀ ରେ ସମସ୍ତ ମୃତଦେହ ପହଞ୍ଚିଥିଲା ।

ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା ନିଜ ଗାଁ କୁ ମର ଶରୀର ପଠା ଯାଇଥିଲା । ସେଥିମଧ୍ୟରୁ ଓଡ଼ିଶା ରୁ ୨ ଜଣ ଯୁବକ ଥିଲେ । ୨ ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ ଓ କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ର ମହମ୍ମଦ ଜହୁର ।ସନ୍ତୋଷ ଗୌଡ ଗତ ଦୁଇ ବର୍ଷ ଧରି କୁଏତର ଏକ କମ୍ପାନୀରେ କାମ କରୁଥିଲେ । ମହମ୍ମଦ ଜହୁର କୁଏତ ଏକ କଂପାନୀ ରେ ଲାବ ଆସିଷ୍ଟାଣ୍ଟ ଭାବରେ କାମ କରୁଥିଲେ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସକାଳ ୯.୩୦ ରେ ମର ଶରୀର ପହଞ୍ଚିଥିଲା । ଉପମୁଖ୍ୟ ମନ୍ତ୍ରି କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା , ମନ୍ତ୍ରୀ ପ୍ରୁଥିରଜ୍ ହରିଚନ୍ଦନ ବରିଷ୍ଟ ଅଧିକାରୀ ପହଞ୍ଚି ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *