Pratidin TV

Odisha's Digital News Platform

ପରିବାରକୁ ଭେଟିବା ପାଲଟିଲା ସ୍ୱପ୍ନ, ଶବ ହୋଇ  ଘରକୁ ଫେରିଲେ  ମହମ୍ମଦ ହଜୁର..

ଗୁମୁରି କାନ୍ଦୁଛି ମାଆ । ଝୁରୁଛି ଗାଁ ମାଟି । ମନରେ ଅନେକ ଖୁସି ନେଇ ନିଜ ମାଟିକୁ ଫେରୁଥିଲା ପୁଅ । ଫେରିବା ବାଟକୁ ଚାହିଁ ବସିଥିଲା ମା’ । ପୁଅ ତ ଫେରିଲା ହେଲେ ଆସିଲା ଶବ ହେଇ । ଏହିଭଳି ଏକ ଛାତିଫଟା ଦୃଶ୍ୟ ଦେଖିବାକୁ ମିଳିଛି ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗାଁରେ ।  ବୁଧବାର ଆରବ ମହାଦେଶ ର କୁଏତ ରେ ୬ ମହଲା ବିଲଡିଂ ରେ ଅଗ୍ନିକାଣ୍ଡ ଘଟଣାରେ  ମୃତ୍ୟୁବରଣ କରିଥିବା ମହମ୍ମଦ ହଜୁର ଙ୍କ ର ମୃତ ଦେହ ଆଜି ନିଜ ଗ୍ରାମ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ର ନିଜ ବାସ ଭବନରେ ପହଞ୍ଚିଛି । ମହମ୍ମଦ ଜହୁ ର ଙ୍କ ମୃତ ଦେହ   ଆତ୍ମିୟ ସ୍ବଜନ ମାନେ ତିଗିରିଆ ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ରେ ତାଙ୍କ ମର ଶରୀରକୁ ନିଜ ବାସ ଭବନ କୁ ଅଣାଯାଇଥିଲା ।

ସେଠାରେ ଆତ୍ମିୟ ସ୍ଵଜନ ମାନେ ଶୋକ ଓ ଦୁଃଖ ପ୍ରକାଶ କରି ତାକୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବାସ ଭବନରେ ବିଭିନ୍ନ ପଦାଧିକାରୀଙ୍କ ସହିତ ବର୍ତମାନ ର ଅସ୍ଥାୟୀ ବାଚସ୍ପତି ତଥା ଆଠଗଡ଼ ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପହଞ୍ଚି ତାକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ପରିବାର କୁ ସମବେଦନା ଜଣାଇଥିଲେ। ଏହାସହିତ  ବିଜେପି ଦଳର  ଯୁବ ମୋର୍ଚ୍ଚା ସଭାପତି ତାଙ୍କ ବାସ ଭବନରେ ପହଞ୍ଚି ତାକୁ ମଧ୍ୟ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ତାଙ୍କ ପରିବାରର କୁ ସମବେଦନା ଜଣାଇବା ସହିତ ତାଙ୍କ ପରିବାରର କୁ ସମସ୍ତ ପ୍ରକାରର ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜି ସଂଧ୍ୟା ୫ଟା ସମୟରେ ଗ୍ରାମ ଶ୍ମଶାନ ରେ ମହମ୍ମଦ ହଜୁ କବର ଦିଆଯିବ ଓ ଶେଷ କୃତ୍ୟ ସଂପନ୍ନ କରାଯିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *