Pratidin TV

Odisha's Digital News Platform

କୁଏତ ଅଗ୍ନିକାଣ୍ଡ ଘଟଣାରେ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ..

କୁଏତ୍‌ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୯ଜଣଙ୍କ ମୃତ୍ୟୁ  ହୋଇଛି  ୫୦ଜଣ ଆହତ ହୋଇଛନ୍ତି ।  ସବୁଠୁ ଦୁଖଃଦ ଘଟଣା ହେଉଛି ସେହି ମୃତକଙ୍କ ମଧ୍ୟରେ ୪୫ ଭାରତୀୟ ରହିଛନ୍ତି । ଯେଉଁ ଭାରତୀୟମାନଙ୍କର ମୃତ୍ୟୁ ଘଟିଛି ସେମାନେ ବିଶେଷ କରି ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ । ସେହି ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ପରିବାର ଏବଂ ଆତ୍ମୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି  ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ଘଟଣା ସମ୍ପର୍କରେ ଖବର ମିଳିବା ପରେ   ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଥିଲେ । ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବା ନେଇ ବୈଠକରେ କହିଥିଲେ । ମୃତଦେହଗୁଡ଼ିକୁ  ବାୟୁସେନା ବିମାନ ଯୋଗେ ଭାରତ ଅଣାଯାଇଛି ।ସୁଚନାଯୋଗ୍ୟ ଯେ, ବୁଧବାର କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁଚାହୁଁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା । କୁଏତ୍‌ର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା ।

ଏହି ଆପାର୍ଟମେଣ୍ଟରେ ପ୍ରାୟ ୧୯୫ ଜଣ ଶ୍ରମିକ ଥିଲେ । ସେମାନେ ଶୋଇଥିବା ଅବସ୍ଥାରେ ରୋଷେଇ ଘରୁ ଏହି ନିଆଁ ଲାଗିଥିବା କୁହାଯାଉଛି । ନିଆଁ ବ୍ୟାପିବା ପରେ ପଞ୍ଚମ ମହଲାରେ ରହୁଥିବା ଅନେକ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ । ଯେଉଁମାନେ ଡେଇଁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି । ସେହିପରି ଅଧିକାଂଶ ଧୂଆଁ ଲାଗି ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଛନ୍ତି ।ମୃତକଙ୍କ ମଧ୍ୟରେ ୪୨ ଜଣ ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ମୃତ ଭାରତୀୟଙ୍କ ମଧ୍ୟରେ ୨୪ ଜଣ କେରଳର ଶ୍ରମିକ ଥିଲେ। ଏହା ସହିତ ଓଡ଼ିଶାର ଦୁଇ ଜଣ କର୍ମଚାରୀ ରହିଥିଲେ।ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ ପାକିସ୍ତାନ, ଫିଲିପାଇନ୍ସ, ଇଜିପ୍ଟ ଓ ନେପାଳର ନାଗରିକ ଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *