Pratidin TV

Odisha's Digital News Platform

କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ : ବାହାରିଲା ୧୩ ହଜାର ପଦବୀ ପୂରଣ ପାଇଁ ବିଜ୍ଞପ୍ତି

1 min read

ନୂଆଦିଲ୍ଲୀ : କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ବିଭିନ୍ନ ଟିଚିଙ୍ଗ୍ ଏବଂ ନନ୍ ଟିଚିଙ୍ଗ୍ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।
ପ୍ରାଥମିକ ପ୍ରାର୍ଥୀ, ଜୁନିଅର / ସିନିୟର ସେକ୍ରେଟାରୀ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ହିନ୍ଦୀ ଅନୁବାଦକ, ସହକାରୀ ବିଭାଗ ଅଧିକାରୀ, ଅର୍ଥ ଅଧିକାରୀ, ସହକାରୀ ଯନ୍ତ୍ରୀ, ଲାଇବ୍ରେରୀ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକଚଏଞ, ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ ଞଏଞ, ଉପାଧ୍ୟକ୍ଷ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ । ୦୨ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ।

ଆବେଦନ କରିବାର ସମୟ ସୀମା – ଯୋଗ୍ୟ ପ୍ରାର୍ଥିମାନେ ୫ ଡିସେମ୍ବର ୨୦୨୨ ରୁ ୨ ଜାନୁଆରୀ ୨୦୨୩ ଯାଏ ଅନଲାଇନରେ ଆବେଦନ କରିପାରିବେ ।

Advertisement

ଫାଙ୍କା ପଡିଥିବା ପଦବୀ –
ପ୍ରାଇମେରି ଶିକ୍ଷକ– ୬୪୧୪ ପଦବୀ
ଜୁନିୟର ସେକ୍ରେଟାରୀ ଆସିଷ୍ଟାଣ୍ଟ – ୭୦୨
ଷ୍ଟେନୋଗ୍ରାଫର-୫୪
ସିନିୟର ସେକ୍ରେଟାରୀ ଆସିଷ୍ଟଣ୍ଟ – ୩୨୨
ହିନ୍ଦି ଟ୍ରାନ୍ସଲେଟର – ୧୧
ଆସିଷ୍ଟଣ୍ଟ ସେକ୍ସନ ଅଫିସର-୧୫୬
ଆସିଷ୍ଟାଣ୍ଟ ଇଞ୍ଜିନିୟର ସିବିଲ -୨
ଫାଇନାନ୍ସ ଅଫିସର-୬
ସଙ୍ଗୀତ ପାଇଁ ପ୍ରାଇମେରୀ ଶିକ୍ଷକ- ୩୦୩
ଲାଇବ୍ରେରିୟାନ୍‌-୩୫୫
ପିଜିଟି-୧୪୦୯
ଟିଜିଟି-୩୧୭୬
ଆସିଷ୍ଟାଣ୍ଟ କମିଶନର-୫୨
ପ୍ରିନସିପାଲ୍ -୨୩୯
ଭାଇସ୍ ପ୍ରିନସିପାଲ -୨୦୩

ତେବେ ପଦବୀ ଅନୁଯାୟୀ ନିଦ୍ଦିଷ୍ଟ ଯୋଗ୍ୟତା ଏବଂ ବୟସ ସୀମା ଭିନ୍ନ ଅଟେ । ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତି ଯାଞ୍ଚ କରିବା ଜରୁରୀ । ସେହିପରି ପୋଷ୍ଟ ଗୁଡିକ ଅନୁଯାୟୀ ଆବେଦନ ଶୁକ୍ଳ ମଧ୍ୟ ଭିନ୍ନ ଅଟେ । ଅଫିସିଆଲ ୱେବସାଇଟରେ ଅନଲାଇନ୍ ଆବେଦନ ତାରିଖ ବୃଦ୍ଧି ପାଇଁ ବିଭାଗ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ଲିଙ୍କ୍ କ୍ଲିକ୍ କରି ବିଜ୍ଞପ୍ତି ଯାଞ୍ଚ କରିପାରିବେ ।

https://kvsangathan.nic.in/sites/default/files/hq/ANN_02_02-12_2022.PDF

https://kvsangathan.nic.in/sites/default/files/hq/ANN_03_02-12_2022_0.PDF

Leave a Reply

Your email address will not be published. Required fields are marked *