Pratidin TV

Odisha's Digital News Platform

ଏମିତି ଏକ ଗାଁ , ଯେଉଁଠି ଝିଅ ହୋଇଯାଏ ପୁଅ …

1 min read

ଅଜବ ଏ ବିଶ୍ୱ । ଏ ବିଶ୍ୱ ବିଷୟରେ ଯେତେ ଜାଣିବାକୁ ଚାହିଁବା ସେତେ ରହସ୍ୟ ଭରି ରହିଛି  । ଏଠି ଯେତେ ଲୋକ ସେତେ ପରମ୍ପରା । ହେଲେ ଏମିତି କିଛି ପରମ୍ପରା ଅଛି ଯାହା ଖାଲି ଚକିତ କରେନି, ଏହାକୁ ବିଶ୍ୱାସ କରିବା ମଧ୍ୟ ସହଜ ନୁହେଁ । ଆପଣ ହୁଏତ ବହୁତ ସହର ଓ ଗାଁ ବିଷୟରେ ଅନେକ ଚମତ୍କାର କାହାଣୀ ଶୁଣିଥିବେ ।

ଦୁନିଆରେ ବହୁତ ଗାଁ ଅଛି; ଯାହା ଏଭଳି କିଛି କାରଣରୁ ସ୍ୱତନ୍ତ୍ର । କେଉଁଠି ଖାଦ୍ୟପେୟ, ଚଳଣୀ, ପରମ୍ପରା ଓ ସଂସ୍କୃତି ନିଆରା ହୋଇଥାଏ ତ ଆଉ କେଉଁଠି ଥାଏ ଅଜବ ଘଟଣା । ହେଲେ ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହୁଛୁ ଯେଉଁଠି ଗୋଟେ ଝିଅ ତରୁଣ ଅବସ୍ଥାକୁ ଆସିବା ପରେ ଆପେ ଆପେ ପୁଅ ପାଲଟିଯାଏ ।

Advertisement

ଡୋମିନିକାନ୍ ରିପବ୍ଲିକର ଏକ ଛୋଟ ଗାଁ ହେଉଛି ସାଲିନାସ । ଏହି ଗାଁରେ ଏକ ଅଜବ ଘଟଣା ଦେଖିବାକୁ ମିଳେ । ଏଠାକାର ଝିଅମାନଙ୍କର ତରୁଣ ଅବସ୍ଥାରେ ଶାରିରୀକ ଓ ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଘଟେ । ଝିଅମାନେ ତରୁଣ ଅବସ୍ଥାକୁ ଆସିବା ପରେ ସେମାନଙ୍କ ଲିଙ୍ଗ ଆପେ ଆପେ ବଦଳିଯାଏ । ଶାରିରୀକ ଗଠନ ବଦଳିଯିବା ସହ କଣ୍ଠସ୍ୱର ମଧ୍ୟ ବଦଳିଯାଏ । ପରେ ସେମାନେ ପୁଅ ପାଲଟି ଯାଆନ୍ତି ।

ଏହି କାରଣ ଲାଗି ଏହି ଗାଁ ଅଭିଶପ୍ତ ଗାଁ ବୋଲି ଏଠାକାର ଲୋକେ କୁହନ୍ତି । ଗାଁରେ ଝିଅ ଜନ୍ମ ହେଲେ ଦୁଃଖ ବି କରନ୍ତି । ଗାଁର ୯୦ଜଣ ପିଲାରୁ ଜଣେ ପିଲା ଏହି ସ୍ଥିତି ଦେଇ ଗତି କରିଥାଏ । ତେବେ ଏହାର କାରଣ କ’ଣ ବର୍ତ୍ତମାନ ପର୍ୟ୍ୟନ୍ତ ବୈଜ୍ଞାନିକମାନେ ସ୍ପଷ୍ଟ କରିପାରି ନାହାନ୍ତି । ତେବେ ଡାକ୍ତର କହୁଛନ୍ତି ଏହା କୌଣସି ଆନୁବଂଶିକ ବିକାର ଅଟେ । ସ୍ଥାନୀୟ ଭାଷାରେ ଏଭଳି ରୋଗରେ ପିଡିତ ପିଲାଙ୍କୁ ସୁଡ଼ୋହର୍ମାଫ୍ରଡାଇଟ୍ କୁହାଯାଏ । ଏହି କାରଣରୁ ଏବେ ଏଠାରେ ଝିଅଙ୍କ ସଂଖ୍ୟା କମିବାକୁ ଲାଗିଲାଣି ।

Leave a Reply

Your email address will not be published. Required fields are marked *