Pratidin TV

Odisha's Digital News Platform

IPL 2024 ; ଲକ୍ଷ୍ନୌ-ପଞ୍ଜାବ ଫାଇଟ୍ ,ମ୍ୟାଚ୍ ଓଲଟାଇ ଦେଲେ ମୟଙ୍କ –ମୋହସିନ୍ ।

ଆଇପିଏଲ୍ ୨୦୨୪ ସିଜିନ୍‌ରେ ପ୍ରଥମ ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟା ବ୍ୟାଟର୍ସଙ୍କ ଦମଦାର ବ୍ୟାଟିଂଂ ପରେ ବୋଲର ମୟଙ୍କ ଯାଦବଙ୍କ ଓ ମୋହାସିନଙ୍କ ଶାଣିତ ବୋଲିଂରେ ପଞ୍ଜବ କିଙ୍ଗ୍‌ସ କୁ ୨୧ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ । ଟସ୍ ଜିତି ବ୍ୟାଟିଂ ନେଇଥିବା ଲକ୍ଷ୍ନୌ ୮ ୱିକେଟ୍ ବିନିମୟରେ ୧୯୯ ରନ୍ କରିଥିଲା । ଶନିବାର ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମ୍ ରେ ୨୦୦ ରନ୍ ଲକ୍ଷ୍ୟକୁ ପିଛା କରୁଥିବା ଶିଖର ଧୱନ୍ଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍ସ ଜୋର୍ଦାର ଆରମ୍ଭ କରିଥିଲେ ମଧ୍ୟ ଶେଷ ଆଡ଼କୁ ଏହି ଧାରା ବଜାୟ ରଖିବାରେ ବିଫଳ ହୋଇ ୫ ୱିକେଟ୍ ବିନିମୟରେ ୧୭୮ ରନ୍ କରିବାକୁ ସମର୍ଥ ହୋଇଥିଲା ।

ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଓପନର କ୍ୱିଣ୍ଟନ ଡି କକ୍ ସର୍ବାଧିକ ୫୪ ରନ୍ (୩୮ ବଲ୍, ୫ ଚୌକା, ୨ ଛକା) କରିଥିବା ବେଳେ ନିକୋଲସ ପୁରନ ୪୨ (୨୧ ବଲ୍, ୩ ଚୌକା ଓ ୩ ଛକା) ଓ କୃନାଲ ପାଣ୍ଡ୍ୟା ଅପରାଜିତ ୪୩ ରନ୍ (୨୨ ବଲ୍, ୪ ଚୌକା ଓ ୨ ଛକା) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏଲ୍ ରାହୁଲ ୧୫, ଦେବଦୂତ୍ତ ପଡିକ୍କଲ ୯ ଓ ମାର୍କସ ଷ୍ଟୋଇନିସ ୧୯ ରନ୍ କରିଥିଲେ। ପଞ୍ଜାବ କିଙ୍ଗସ ପକ୍ଷରୁ ସାମ କୁରାନ ୩ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ୨ଟି ଏବଂ କାଗିସୋ ରାବଡା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୨୦୦ରନ୍ ର ପିଛା କରିଥିବା ପଞ୍ଜାବ କିଙ୍ଗସ ଭଲ ଆରମ୍ଭ କରିଥିଲା। ଦଳ କୌଣସି ୱିକେଟ ନ ହରାଇ ୧୧ ଓଭର ବେଳକୁ ୧୦୦ ରନ୍ କରିଥିଲା। ଉଭୟ ପ୍ରଥମ ୱିକେଟ୍ ପାଇଁ ୭୦ ବଲ୍ରେ ୧୦୨ ରନ୍ର ଭାଗୀଦାରି କରିଥିବା ବେଳେ ବେୟାର୍ଷ୍ଟୋଙ୍କୁ ଷ୍ଟୋଇନିସ୍ଙ୍କ ଦ୍ୱାରା କ୍ୟାଚ୍ କରାଇ ଡେବ୍ୟୁଟାଣ୍ଟ୍ ମୟଙ୍କ ଯାଦବ ଏହି ଯୋଡ଼ି ଭାଙ୍ଗିଥିଲେ । ବେୟାର୍ଷ୍ଟୋ ୨୯ ବଲ୍ରେ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୨ ରନ୍ କରିଥିଲେ । ଏହାପରେ କ୍ରିଜରେ ଧୱନ୍ଙ୍କ ସହ ଯୋଗ ଦେଇଥିବା ପ୍ରଭଶିମରନ୍ ସିଂହ ମଧ୍ୟ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ତେବେ ୭ ବଲ୍ରେ ଦୁଇଟି ଛକା ଓ ଗୋଟିଏ ଚୌକା ସହାୟତାରେ ୧୯ ରନ୍ କରିଥିବା ବେଳେ ମୟଙ୍କ ଯାଦବ ତାଙ୍କୁ କ୍ୟାଚ୍ ଆଉଟ୍ କରାଇ ଫେରାଇଥିଲେ । ଏହାପରେ ବ୍ୟାଟିଂ ପାଇଁ ଆସିଥିବା ଜିତେଶ ଶର୍ମା (୬)ଙ୍କୁ ନବୀନ ଉଲ୍ ହକ୍ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ତୃତୀୟ ୱିକେଟ୍୍ ହାସଲ କରିଥିଲେ । ପରେ ଶିଖର ଧୱନ୍ (୭୦) ଓ ଅଲ୍ରାଉଣ୍ଡର୍ ସାମ୍ କରନ୍(୦)ଙ୍କୁ ଆଉଟ୍ କରି ମୋହସିନ୍ ଖାନ୍ ପଞ୍ଜାବର ରନ୍ ସଂଗ୍ରହରେ ଅଙ୍କୁଶ ଲଗାଇଥିଲେ । ଆଇପିଏଲ୍ରେ ନିଜର ୫୧ତମ ଅର୍ଦ୍ଧଶତକ ପୂରଣ କରିଥିବା ଧୱନ୍ ୫୦ ବଲ୍ରୁ ୭ ଚୌକା ଓ ୩ ଛକା ସହାୟତାରେ ୭୦ ରନ୍ କରିଥିଲେ । ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୨୮ ଏବଂ ଶଶାଙ୍କ ସିଂହ ୯ ରନ୍ କରି ଅପରାଜିତ ଥିଲେ । ମୟଙ୍କ ଏହି ମ୍ୟାଚ୍ରେ ଘଣ୍ଟା ପ୍ରତି ୧୫୬ କିମି ବେଗରେ ବୋଲିଂ କରିଥିଲେ, ଯାହା ଚଳିତ ସିଜନ୍ର ସବୁଠୁ ଦ୍ରୁତ ବଲ୍ ଥିଲା ।

Leave a Reply

Your email address will not be published. Required fields are marked *