ଦିନ ମଜୁରୀଆ ଛାତ୍ରୀ ଆଜି ଯୁକ୍ତ ୨ ଟପ୍ପର
1 min readକେନ୍ଦୁଝର : ଛୋଟ ଆଖିରେ ବଡ ସ୍ୱପ୍ନ । ଅଭାବ ଅନଟନ ପରେବି ହାର ମାନିନାହନ୍ତି ଯୁକ୍ତ ୨ ଟପ୍ପର ଛାତ୍ରୀ ରାଣି ହେମ୍ରମ । ମାଟ୍ରିକରେ ୫୧୧ ମାର୍କ ରଖିଥିଲେ ମଧ୍ୟ ନିଜ ସ୍ୱପ୍ନ ଆଗରେ ଘରର ଆର୍ଥିକ ଅଭାବ ଅନାଟନ ସାଜିଥିଲା ବାଧକ । ଖରା ତରାରେ ମଜୁରୀଆ କାମ କରି ଯୁକ୍ତ ୨ ଆଡମିଶନ ପାଇଁ ଟଙ୍କା ଯୋଗାଡ୍ କରିଥିଲେ । ଯେଉଁ ହାଡଭଙ୍ଗା ପରିଶ୍ରମର ଫଳ ସେ ନିକଟରେ ପାଇଛନ୍ତି ।
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସଙ୍ଗମ ଗ୍ରାମର ରାଣୀ ହେମ୍ରହ୍ମ ନାମକ ଏହି ଛାତ୍ରୀ ଜଣକ ପର ଘରେ ଶ୍ରମିକ ଭାବେ କାମ କରି ନିଜ ଘର ଚଳାଇବା ସହିତ ଆଡମିସନ ପାଇଁ କିଛି କିଛି ଅର୍ଥ ସଞ୍ଚୟ କରି କଲେଜରେ ନାମ ଲେଖାଇବା ପାଇଁ ପ୍ରସ୍ତୁତ ହେଉଥଲେ। କାମ କରୁଥିବା ସମୟରେ ସୋସୋ ଗ୍ରାମର ଜଣେ ସ୍ବାସ୍ଥ୍ୟ କର୍ମୀ ନିରୂପମା ରାଉତ ଏ ବାବଦରେ ଜାଣିବା ପରେ ତୁରନ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସାରା ଓଡିଶାରୁ ବିଭିନ୍ନ ଲୋକଙ୍କ ସୁଅ ଛୁଟିଥିଲା ରାଣୀଙ୍କ ପାଖକୁ। ଏପରିକି ଆନନ୍ଦପୁର ବିଧାୟକ ରାଣୀ ହେମ୍ରମ ନିକଟରେ ପହଞ୍ଚି ତାକୁ ପୋଷ୍ୟ ଝିଅ କଲେ ବୋଲି ଘୋଷଣା କରିଥିଲେ।
ଭୁବନେଶ୍ୱରର ସମାଜ ସେବିକା ନିବେଦିତା ଲେଙ୍କା ରାଣୀଙ୍କ ଘରେ ପହଂଚି ତାର ସମସ୍ତ ଦାୟିତ୍ୱ ନେବାପାଇଁ ପ୍ରତିଶୃତି ଦେଇ ତାକୁ ନେଇ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପଢ଼ାଇଥିଲେ। ଜଣେ ଡାକ୍ତର ହେବାକୁ ଆଶା ରଖିଥିବା ରାଣୀ ଯୁକ୍ତ ୨ ବିଜ୍ଞାନ ପଢି ସଫଳତା ହାସଲ କରିଛନ୍ତି। ସେ ମୋଟ ୪୮୮ମାର୍କ ଯଥା ଶତକଡା ୮୧ ପ୍ରତିସତ ମାର୍କ ରଖି କୃତକାର୍ଯ୍ୟ ହୋଇଥିବାରୁ ପରିବାର ରେ ଖୁସିର ଲହରୀ ଖେଳିଯାଇଛି। ସେ ଏଥିପାଇଁ ଗଣମାଧ୍ୟମ , ନିରୂପମା ଦିଦି ଓ ନିବେଦିତା ମାଡାମକୁ ଧନ୍ୟବାଦ ଦେଇଛନ୍ତି। ଗଣମାଧ୍ୟମ ଯୋଗୁ ଆଜି ସେ ଏହି ସଫଳତା ପାଇଥିବା ବେଳେ ତାଙ୍କ ଡାକ୍ତର ହେବା ସ୍ୱପ୍ନ ପୁରଣ ହେବାକୁ ଯାଉଛି ବୋଲି ଆଶାବାଦୀ ବୋଲି କହିଛନ୍ତି। ତାଙ୍କର ଡ଼ାକ୍ତରୀ ପଢିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ତାକୁ ସହାୟତା ଯୋଗାଇଦେବାକୁ ସମାଜ ସେବୀକା ନିବେଦିତା ଲେଙ୍କା ନିବେଦନ କରିଛନ୍ତି।