Pratidin TV

Odisha's Digital News Platform

ଇଡିରେ ହାଜର ହେଲେ ଖଗେଶ୍ୱରଙ୍କ ପତ୍ନୀ : ଆଜି ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ଆକାଉଟାଣ୍ଟକୁ ମଧ୍ୟ ଜେରା…

1 min read

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ମୋଡ ନେଇଛି । ଅର୍ଚ୍ଚନାଙ୍କ ପଳାଶୁଣି ସତ୍ୟବିବାହର ଘର ସିଲ୍ କରିବାକୁ ଅଣ୍ଟା ଭିଡିଛି ଇଡି । ସୂଚନାଯୋଗ୍ୟ ଯେ ଗୁରୁବାର ଅର୍ଚ୍ଚନାଙ୍କ ଘର ମାପଚୁପ କରାଯାଇଥିଲା । ସେହିଭଳି ଆଜି ଲେଡିବ୍ଲାକମେଲର ଅର୍ଚ୍ଚନା ଏବଂ ସହେଯାଗୀ ଖଗେଶ୍ୱରଙ୍କ ଆକାଉଟାଣ୍ଟକୁ ଜେରା କରିବ ଟିମ୍ । ଅନ୍ୟପଟେ ଗତକାଲି ଇଡିର ୨ ଜଣିଆ ଟିମ୍ ଝାରପଡା ଜେଲରେ ପହଞ୍ଚି ସେଠାରେ ଖଗେଶ୍ୱରକୁ ଜେରା କରିଥିଲେ ।

ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଓ ଅର୍ଚ୍ଚନା ସହ ହୋଇଥିବା ଟଙ୍କା କାରବାର ବିଷୟରେ ଖଗେଶ୍ୱରଙ୍କୁ ପଚରାଯାଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଖଗେଶ୍ୱରକୁ ଜେରା କରିଥିଲା ଇଡି । କାରଣ ପ୍ରମୋଦ ସ୍ୱାଇଁଙ୍କୁ ବ୍ଲାକମେଲିଂ କରି ଅର୍ଚ୍ଚନା ୩୦ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ଯେଉଁଥିରେ ଅର୍ଚ୍ଚନା ଏବଂ ଖଗେଶ୍ୱର ମିଶି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏହି ବ୍ୟବସାୟରେ କେବଳ ଅର୍ଚ୍ଚନା ଏବଂ ଖଗେଶ୍ୱର ନୁହେଁ ବରଂ ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା ମଧ୍ୟ ସାମିଲ ଥିବା ସନ୍ଦେହ କରିଛି ଇଡି ।

Advertisement

ଏନେଇ ଆଜି ଅଧିକ ତଦନ୍ତ ପାଇଂ ଖଗେଶ୍ୱରଙ୍କ ପତ୍ନୀ ସୁସ୍ମିତା ପାତ୍ରଙ୍କୁ ଡକାଇଛି ଇଡି । ସପୃକ୍ତ ଟଙ୍କା କାରବାରକୁ ନେଇ ସୁସ୍ମିତାଙ୍କୁ ପଚରା ଉଚରା ଚଲାଇଛି ଟିମ୍ । କାରଣ ଖଗେଶ୍ୱରଙ୍‌କ ବ୍ୟବସାୟରେ ଅଧା ପାର୍ଟନର ଅଛନ୍ତି ସୁସ୍ମିତା । ଯେପରିକି ଖଗେଶ୍ୱରଙ୍କ ସୁପ୍ରିମ୍ ଅଟୋ ମୋବାଇଲ୍‌ର ୫୦ ପ୍ରତିଶତ ପାର୍ଟନର ଅଛନ୍ତି ସୁସ୍ମିତା । ଗତକାଲି ଖଗେଶ୍ୱରଙ୍କୁ ୪ ଘଣ୍ଟା ଜେରା ପରେ ଆଜି ଇଡିରେ ହାଜର ହୋଇଛନ୍ତି ପତ୍ନୀ ସୁସ୍ମିତା । ତେବେ ଦେଖାଯାଉ ଆଗକୁ ଏହି ଚର୍ଚ୍ଚିତ ମାମଲାର କେଉଁ କେଉଁ ଗୁମର ଫିଟୁଛି ।

Leave a Reply

Your email address will not be published. Required fields are marked *