Pratidin TV

Odisha's Digital News Platform

ବିପନ୍ନ ବେଳେ ମଧ୍ୟ ସୁରକ୍ଷା ଚିନ୍ତା, ବନ୍ୟା ଅଞ୍ଚଳରେ ସାନିଟାରୀ ପ୍ୟାଡ ବଣ୍ଟନ କଲେ ଅଙ୍କିତା

1 min read

ଭୁବନେଶ୍ୱର : ସାମ୍ପ୍ରତିକ ବନ୍ୟାରେ ଓଡ଼ିଶାର ଅନେକ ଅଞ୍ଚଳରେ ଲୋକେ ବିପନ୍ନ ହୋଇ ପଡିଛନ୍ତି । ହଜାର ହଜାର ହେକ୍ଟର ଚାଷଜମିରୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନେକ ଅଞ୍ଚଳ ଜଳ ନିଷ୍କାସନ ହୋଇପାରିନାହିଁ । କିଏ ଖାଇବାକୁ ପାଉନି ତ କିଏ ଘର ଭାଙ୍ଗି ଯାଇଥିବାରୁ ପାଲ ଟାଣି ଜୀବନ ବିତାଉଛି । ଏହି ବନ୍ୟା ବିପନ୍ନଙ୍କ ଦୁଃଖ ଦେଖି ତାଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି ଢେଙ୍କାନାଳ ର ପ୍ୟାଡ଼ ଓମେନ ଭାବେ ପରିଚିତ ସାମ୍ବାଦିକା ଅଙ୍କିତା ସାହୁ ।

Advertisement

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ଗ୍ରାମ ପଞ୍ଚାୟତର ଡେଙ୍ଗ, ହୋଇକେରା , ଦରଡା , ବିଶୁଆଳି । ଭଦ୍ରକ ଜିଲ୍ଲା ର ତିହିଡି ,ଚାନ୍ଦବାଲି ବ୍ଳକ୍ । ଅନୁଗୁଳ ଜିଲ୍ଲା ଟିକରପଡ଼ା ପଞ୍ଚାୟତ। କଟକ ଜିଲ୍ଲାର ବାଙ୍କି ବ୍ଲକ ର ଓସ୍ତିଆ ଏବଂ ଫୁଲବାଡ଼ି ଗ୍ରାମରେ ପହଁଚି ମହିଳା ଙ୍କୁ ସାନିଟାରୀ ପ୍ୟାଡ ସହ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ତାହା ଫୁଣୀ କୌଣସି ସହାୟତା ବିନା ।

ସୂଚନା ଥାଉ କି ସେ କେବଳ ବନ୍ୟା ବିପନ୍ନଙ୍କ ପାଖରେ ପହଁଚି ନାହାନ୍ତି ଆଜକୁ ୮ ବର୍ଷ ହେବ ମହିଳାଙ୍କ ସ୍ଵଛତା ସୁରକ୍ଷା ଉପରେ କାମକରି ଆସୁଛନ୍ତି । ସେ ଢେଙ୍କାନାଳ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜ ଖର୍ଚ୍ଚରେ ସାନିଟାରୀ ପ୍ୟାଡ ବଣ୍ଟନ କରିବା ସହ ସଚେତନତା ମୂଳକ କାର‌୍ୟ୍ୟ କରିଆସୁଛନ୍ତି ।

Leave a Reply

Your email address will not be published. Required fields are marked *