Pratidin TV

Odisha's Digital News Platform

(ଭିଡିଓ)ପୋଲିସ SIଙ୍କ ଗୁମର ଖୋଲିଲେ ସାମ୍ବାଦିକା ପ୍ରେମିକା ; ସମ୍ପର୍କ ରଖିବାକୁ ଝିଅରୁ ସାଜିଥିଲେ ପୁଅ…

1 min read

ଭଦ୍ରକ : ଚର୍ଚାରେ ପୋଲିସ ଏସ ଆଇ ଓ ଜଣେ ସାମ୍ବାଦିକାଙ୍କ ପ୍ରେମ କାହାଣୀ । ଆପଣମାନେ ଯୁବକ ଓ ଯୁବତୀଙ୍କ ପ୍ରେମ କାହାଣୀତ ଶୂଣୁଥିବେ କିନ୍ତୁ ବର୍ତ୍ତମାନ ଯୁବତୀ ଯୁବତୀ ବା ମହିଳା ମହିଳାଙ୍କ ପ୍ରେମ କାହାଣୀ ରାଜ୍ୟରେ ଚର୍ଚ୍ଚା ପାଲଟିଛି । ଏଭଳି ଏକ ତାଜୁବ ଘଟଣା ଭଦ୍ରକ ଜିଲ୍ଲାରେ ଦେଖାଦେଇଛି । ମହିଳା ଓ ମହିଳାଙ୍କ ମଧ୍ୟରେ ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ଶେଷରେ ମାରିବାକୁ ଧମକ ଅଭିଯୋଗ । ତେବେ ଏହି ଦୁଇ ମହିଳା କୌଣସି ସାଧାରଣ ମହିଳା ନୁହଁନ୍ତି ବରଂ ଜଣେ ପୋଲିସ ଏସ ଆଇ ହୋଇଥିବା ବେଳେ ଅନ୍ୟଜଣେ ଏକ ୱେବ୍ ଚ୍ୟାନେଲର ସାମ୍ବାଦିକା ଅଟନ୍ତି ।

ପ୍ରକୃତ ଆଶ୍ଚର୍ଯ୍ୟକର ଘଟଣା ଏଇଠି ଯେ ଉକ୍ତ ମହିଳା ଏଏସଆଇଙ୍କ ସହ ୩ ବର୍ଷ ଧରି ସମ୍ପର୍କରେ ରହି ମଧ୍ୟ ସେ ଜଣେ ମହିଳା ବୋଲି ସାମ୍ବାଦିକା ଜାଣିପାରି ନଥିଲେ । ସାମ୍ବାଦିକା ମହିଳାଜଣଙ୍କୁ ପୋଲିସ ଏଏସଆଇ ସମ୍ପର୍କ ରଖିବା ପରେ ବିବାହ କରିବାରୁ ମନା କରିବାରୁ ସେ ଥାନାର ଦ୍ୱାରସ୍ତ ହୋଇଥିଲେ । ଏବଂ ଏସଆଇଙ୍କ ବିରୁଦ୍ଧରେ ଦୁଷ୍କର୍ମର ଲିଖିତ ଅଭିଯୋଗ ଆଣିଥିଲେ । ଏହାପରେ ସାମ୍ନାକୁ ଆସିଥିଲା ଦୋହଲାଇଦେବା ଭଳି ସତ । ଯେଉଁ ଏସଆଇଙ୍କୁ ପୁରୁଷ ଭାବି ସାମ୍ଭାଦିକା ଭଲପାଇଥିଲେ ଆଉ ବିବାହ କରିବାର ସ୍ୱପ୍ନ ଦେଖିଥିଲେ ପ୍ରକୃତରେ ସେ ଥିଲେ ଜଣେ ଯୁବତୀ ।

ଆପଣଙ୍କୁ ଏ କଥା ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ ଯେ ଜଣେ ମହିଳା ଆଉ ଜଣେ ମହିଳାକୁ କେମିତି ଦୁଷ୍କର୍ମ କରିବ ବିଶ୍ୱାସ ନହେଲେ ମଧ୍ୟ ସତ ଏକଥା ଆମେ କହୁନୁ ଏକଥା ଖୋଦ ଜଣେ ଅଭିଯୋଗ କାରି ମହିଳା ଅଭିଯୋଗ କରିଛନ୍ତି ଥାନାରେ ଆଉ ଅଭିଯୋଗ ମୂଳେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ତେବେ କଣ ସେ ରୋଚକ କାହାଣୀ ଆସନ୍ତୁ ଶୁଣିବା……

୨୦୨୧ ରୁ ଚାଲିଥିଲା ମହିଳା ଏସ ଆଇ ତପସ୍ୱିନୀ ମହାପାତ୍ର ଓ ଜୈନେକ ମହିଳାଙ୍କ ର ପ୍ରେମ,ଏମିତି ପ୍ରେମ ଯେ କେହି କାହାକୁ ନଦେଖିଲେ କାଳେ ରହିପାରିନଥିଲେ, ଖାଲି ପ୍ରେମ ନଥିଲା ଶାରୀରିକ ସମ୍ପର୍କ ମଧ୍ୟ ଅନେକ ଥର ହୋଇଥିଲା ବୁଲିବା ପାଇଁ ପୁରୀ ମଧ୍ୟ ଯାଇଥିଲେ ପ୍ରେମୀ ଯୁଗଳ ଆଉ ସେଠାରେ ମନ୍ଦୀରରେ ବାହାଘର ହେଲା ଆଉ ସେବେଠୁ ସଂପର୍କ ଆହୁରି ନିବିଡ ହେଲା କିନ୍ତୁ ବିଦିବଦ୍ଧ ଭାବେ ବିବାହ କରିବା ପାଇଁ ମହିଳା ଜଣକ ଏସ ଆଇ ଙ୍କୁ ଅନେକ ବାର କହିଛନ୍ତି କିନ୍ତୁ ଏସ ଆଇ ବିବାହ କଥାକୁ ଆଡେଇ ଦିଅନ୍ତି । ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ମହିଳା ଜଣକ ଜାଣିବାକୁ ପାଇଲେ ଏସ ଆଇ ଙ୍କର ଆଗରୁ ବିବାହିତ ତାଙ୍କର ଜଣେ ସ୍ତ୍ରୀ ମଧ୍ୟ ଅଛନ୍ତି ଆଉ ସେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ରେ ଏସ ଆଇ ଭାବରେ କାର୍ଯ୍ୟ କରନ୍ତି ତେବେ ମହିଳା ଜଣକ ଏପ୍ରିଲ ୧ ତାରିଖରେ ଏକ ଏତଲା ଦେଇଥିଲେ ଭଦ୍ରକ ସହରାଞ୍ଚଳ ଥାନାରେ ତେବେ ସେହି ଏତଲା ମୂଳେ ପୋଲିସ ତଦନ୍ତ କରି ଏସଆଇଙ୍କୁ ପ୍ରଥମେ ଥାନାରେ ଅଟକ ରଖିଲେ ପରେ ଡାକ୍ତରୀ ମଇନା କରି ipc sec- 376 ଅନୁସାରେ ଏସଆଇଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି । ତେବେ city dsp ଙ୍କ ପ୍ରତିକ୍ରିୟା ଅନୁସାରେ ଏସ ଆଇ ଙ୍କ ଡାକ୍ତରୀ ମଇନା ରୁ ଜଣାଯାଇଛି ଯେ ସେ ଜଣେ ମହିଳା ଓ ତାଙ୍କ ନାମରେ ଜୈନେକ ମହିଳା ଦେଇଥିବା ଏତଲା ଅଧାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଅଭିଯୁକ୍ତ ଏସ ଆଇ ଜଣେ ମହିଳା ତେବେ ତିନି ବର୍ଷ ହେଲା ମହିଳା ଅଭିଯୋଗକାରୀ ମହିଳା ଜଣକ ତାଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିଲେ କେମିତି ଏବଂ ବାହାଘର ର ତିନି ବର୍ଷ ମଧ୍ୟରେ ସ୍ୱାମୀ ସ୍ତ୍ରୀଙ୍କ ଭଳି ସଂପର୍କ ରେ ରହିବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଆଗରୁ ଆଉ ଜଣେ ସ୍ତ୍ରୀ ଅଛନ୍ତି ବୋଲି ଆଉ ସେ ମଧ୍ୟ ଜଣେ ମହିଳା ଆଉ ଏତଲା ରେ ମଧ୍ୟ ଅଭିଯୋଗ କାରି ସ୍ପଷ୍ଟ କରିଛନ୍ତି ଅଭିଯୁକ୍ତଙ୍କ ନାମ ତପସ୍ୱିନୀ ମହାପାତ୍ର (ଭୈରବ ରାଧାକୃଷ୍ଣ )ବୋଲି ତେଣୁ ଅଭିଯୋଗ କାରି ଆଗରୁ ଜାଣିଥିଲେ ଏସ ଆଇ ଜଣକ ଜଣେ ମହିଳା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ତେବେ ଏଭଳି ଏକ ରୋଚକ ଖବର ମୋଡ କେଉଁ ଆଡେ ଗତି କରୁଛି ତାହା ଦେଖିବାକୁ ବାକିରହିଲା ।

Leave a Reply

Your email address will not be published. Required fields are marked *