Pratidin TV

Odisha's Digital News Platform

ଆସୁ ଆସୁ ଖୋର୍ଦ୍ଧା ଘାଣ୍ଟିଲେ ଲେଡି ସିଙ୍ଘମ , ପାର୍ବଣରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ବେଆଇନ ବାଣ ଜବତ୍ …

1 min read

ଖୋର୍ଦ୍ଧା : ବାଲେଶ୍ୱରରୁ ଖୋର୍ଦ୍ଧା ଆସୁ ଆସୁ ଘାଣ୍ଟିଦେଲେ ଆଇପିଏସ୍ ଅଫିସର ସାଗରିକା ନାଥ୍ । ପାର୍ବଣ ସମୟରେ ବାଘମାରୀ ଥାନା ଅନ୍ତର୍ଗତ ଲେଖନପୁର ଗାଁ ରୁ ୧୫ଲକ୍ଷରୁ ଉର୍ଦ୍ଧ୍ବ ବାଣ ଓ ବିସ୍ଫୋରକ ଜବତ କରିଛି ଖୋର୍ଦ୍ଧା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ। କୌଣସି ସୁତ୍ରରୁ ଖବରପାଇ ସଦର ଏସଡିପିଓ ଙ୍କ ନେତୃତ୍ବରେ ଏକ ଟିମ ଚଢଉ କରିଥିଲା। ୩ ଟି ୪୦୭ ଓ ଗୋଟିଏ ଟାଟା ଏସିରେ ବାଣ ଜବତ କରାଯାଇଛି।

ଏନେଇ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ବିନା ଲାଇସେନ୍ସରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିବା ଖବରପାଇ ପୋଲିସ ଚଢଉ କରିଥିଲେ। ଆଗକୁ ମଧ୍ୟ ଅଭିଯାନ ଜାରି ରହିବ। ବେଆଇନ ଭାବେ ବାଣ ଗୋଦାମ, କାରଖାନା ଉପରେ ଚଢଉ ପାଇଁ ସମସ୍ତ ଥାନାଧିକାରୀ ଙ୍କୁ ନିଦ୍ଦେର୍ଶ ଦିଆଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *