Pratidin TV

Odisha's Digital News Platform

୨୦ଜଣ ଆସି ମଦ କାଉଣ୍ଟର କର୍ମଚାରୀଙ୍କୁ ମାଡ଼ ମାରି, ଗାଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା

1 min read

ବାଲେଶ୍ୱର: ମଦ କାଉଣ୍ଟର କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଗାଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଆହତ କର୍ମଚାରୀ ଜଣକ ହେଲେ କମର୍ଦା ଥାନା ଅନ୍ତର୍ଗତ ରାଉତ ମନ୍ଦାରୁଣୀ ଗ୍ରାମର ଗୋପାଳ ଦାସ । ସୂଚନା ମୁତାବକ ଜଳେଶ୍ୱର ସହରର ଏକ ମଦ ଦୋକାନ ରୁ ବିଳମ୍ୱିତ ରାତିରେ କର୍ମଚାରୀ ଜଣକ କାମ ସାରି ଟଙ୍କା ନେଇ ସହଯୋଗୀଙ୍କ ସହ ଘରକୁ ଫେରୁ ଥିବା ବେଳେ ୫୭ ନମ୍ବର ରାଜ୍ୟ ରାଜପଥ ବାଗପୁଞ୍ଜି ନିକଟରେ ୨୦ ଅଧିକ ଅସାମାଜିକ ବ୍ୟକ୍ତି କାର କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଡ଼ି ନ ରଖିବାରୁ କାର ଉପରକୁ ଇଟା ମାଡ଼ କରିବା ସହିତ ଭଙ୍ଗାରୁଜା କରି ମାରଣାତ୍ମକ ଆକ୍ରମଣ କରି ଗୋପାଳ ପାଖରୁ ଲକ୍ଷାଧିକ ଟଙ୍କା ସୁନା ଚେନ୍ ଲୁଟ୍ କରି ଫେରାର ହେଇ ଯାଇଥିଲେ । ଗୋପାଳ ଦାସ ଗୁରୁତର ଅବସ୍ଥା ରେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଜଳେଶ୍ୱର ହସ୍ପିଟାଲ ଭର୍ତ୍ତି ହୋଇଥିଲେ । ହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *