ଇସ୍ତଫା ଦେଲେ ଲଲ୍ଲନ ସିଂ, ଜେଡିୟୁର ନୂଆ ସଭାପତି ହେଲେ ନୀତିଶ କୁମାର…
1 min readସାଧାରଣ ନିର୍ବାଚନ ପୂର୍ବରୁ ହେଲା ଜେଡୟୁରେ ବଡ ଅଦଳବଦଳ । ଶେଷରେ ଜେଡୟୁରେ ରାଷ୍ଟ୍ରିୟ ଅଧ୍ୟକ୍ଷ ପଦ ଛାଡିଲେ ଲଲ୍ଲନ ସିଂହ । ତାଙ୍କ ପରେ ନୂଆ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ନୀତିଶ କୁମାର । ଆଜି ଅର୍ଥାତ ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତିଶ ଙ୍କୁ ଦଳୀୟ ମୁଖ୍ୟ ଭାବେ ଚୟନ ଉପରେ ଲାଗିଲା ମୋହର । ଅଧ୍ୟକ୍ଷ ଲଲ୍ଲନ ସିଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଜେଡିୟୁ ସଭାପତି ଲାଗି ନୀତୀଶ କୁମାରଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବୈଠକରେ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ଦଳର ବରିଷ୍ଠ ନେତା କେ. ସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜନତା ଦଳ ୟୁନାଇଟେଡର ସଭାପତି ଭାବେ ଚୟନ କରାଯାଇଥିବା ନେଇ ଘୋଷଣା କରିଥିଲେ । ଅନେକ ଦିନ ଧରି ଜେଡିୟୁରେ ସାଂଗଠନିକ ପରିବର୍ତ୍ତନ ନେଇ ଅନୁମାନ କରାଯାଉଥିଲା । ବୈଠକ ପୂର୍ବରୁ ଲଲଲ ସିଂହଙ୍କ ଇସ୍ତଫାକୁ ଗୁଜବ ବୋଲି ପ୍ରଚାର କରାଯାଇଥିଲା । ତେବେ ସପ୍ତାହେ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସହାୟକ ଲାଲାନ ସିଂ ଇସ୍ତଫା ଦେବାର କିଛି ମିନିଟ ପରେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ପୁନଃ ନିଯୁକ୍ତ କରାଯାଇଥିଲା । ନୀତୀଶ କୁମାର ମଧ୍ୟ ଏହି ପ୍ରସ୍ତାବକୁ ସ୍ୱୀକାର କରି ସାରିଛନ୍ତି । ତେବେ ପାର୍ଟିର ରାଷ୍ଟ୍ରୀୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ସେ ସ୍ୱାଭାବିକ ରୂପେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।