Pratidin TV

Odisha's Digital News Platform

ପୁଣି ନଳୀକୁମ୍ପା ଜଙ୍ଗଲରେ ଲାଲବାହିନୀଙ୍କ ଆଡ୍ଡା ; ମାଓ କ୍ୟାମ୍ପ ଖୋଜି ଖୋଜି ଧ୍ୱସଂ କଲେ ଯବାନ …

1 min read

ବୌଦ୍ଧ ; ପୁଣି ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ । ଏକ ରାଇଫଲ ବନ୍ଧୁକ, ଲ୍ୟାଣ୍ଡମାଇନ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ସୂଚନା ଅନୁଯାୟୀ ଗତ ମାସରେ ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଗତିବିଧି ଲକ୍ଷ୍ୟକରି କମ୍ବିଂ ବେଳେ ସୁରକ୍ଷା ବହିନୀ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରି ମାଓ କ୍ୟାମ୍ପ ଧ୍ୱଂସ କରିବାରେ ବୌଦ୍ଧ ପୋଲିସ ସଫଳ ହୋଇଥିଲା ।

ତେବେ ପୁଣି ସେହି ସ୍ଥାନରେ ମାଓ ଗତିବିଧି ସୂଚନା ପାଇ ଗତକାଲି ସନ୍ଧ୍ୟା ୫ଟାରେ ଏସୋଜି ଯବାନ କମ୍ବିଂ ବେଳେ ଯବାନ-ମାଓବାଦୀ ମଧ୍ୟରେ ଦୁଇଘଣ୍ଟା ଗୁଳିବିନିମୟ ହୋଇଥିଲା । ଫଳରେ ୩୦ ରୁ ୪୦ ମାଓବାଦୀ ଦଳ ଛତ୍ରଭଙ୍ଗ ଦେଇଥିବା ସୁଚନା ମିଳିଛି । ଏଥିସହିତ ଏକ ମାଓକ୍ୟାମ୍ପ ଠାବ କରି ଧ୍ୱଂସ କରାଯାଇଛି ।

ଗୋଟିଏ ରାଇଫଲ ବନ୍ଧୁକ, ଲଗାଯାଇଥିବା ୬-୭ ଟି ଲ୍ୟାଣ୍ଡ ମାଇନ, ବୋମା , ବିସ୍ଫୋରକ ସାମଗ୍ରୀ ସମେତ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ତେବେ ଏବେବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଏସୋଜି ଯବାନ ।

Leave a Reply

Your email address will not be published. Required fields are marked *