Pratidin TV

Odisha's Digital News Platform

ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଝିଅକୁ ଧରି ଇଡି ଅଫିସରେ ପହଞ୍ଚିଲେ ଲାଲୁ ପ୍ରସାଦ ଯାଦବ …

1 min read

କାଲି ଭାଙ୍ଗିଥିଲା ଜେଡିୟୁ -ଆରଜେଡି ମେଣ୍ଟ । ଆଜି ଇଡି ଅଫିସ୍ ରେ ପହଞ୍ଚିଲେ -ଆରଜେଡି ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ସାଥୀରେ ନଜର ଆସିଲେ ଝିଅ ମିସା ଭାରତୀ । ଚାକିରି ବଦଳରେ ଜମି ଦୁର୍ନିତୀ ମାମଲାରେ ଇଡି ଅଫିସରେ ହାଜର ହୋଇଛନ୍ତି ଲାଲୁ । ଯାହାପରେ ଅନୁମାନ କରାଯାଉଛି ଯେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲା ଆଗକୁ ବଢିପାରେ । ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ପାଟନା କାର୍ଯ୍ୟାଳୟରେ ଜେରା କରିବାକୁ ଇଡି ପୂର୍ବରୁ ସମନ କରିଥିଲା । ସମନ ଅନୁଯାୟୀ ଆଜି ତଥା ଜାନୁଆରୀ ୨୯ରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ସେହିପରି ତେଜସ୍ୱୀଙ୍କ ଜାନୁଆରୀ ୩୦ରେ ହାଜର ହେବାକୁ କୁହାଯାଇଛି । ଗତ ବର୍ଷ ଦିଲ୍ଲୀରେ ତେଜସ୍ୱୀ ଏହି ମାମଲାରେ ଇଡି ଅଫିସରେ ହାଜର ହୋଇଥିଲେ ।

ଏହି ଦୁର୍ନୀତି ସେହି ସମୟରୁ ଆରମ୍ଭ ହୋଇଥିଲା ଯେତେବେଳେ ଲାଲୁ ପ୍ରସାଦ ପ୍ରଥମ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ସରକାରରେ ରେଳମନ୍ତ୍ରୀ ଥିଲେ । ଜାନୁଆରୀ ୯ ତାରିଖରେ ରେଲୱେରେ ଚାକିରି ପାଇଁ ଜମି ସମ୍ବନ୍ଧୀୟ ମନି ଲଣ୍ଡରିଂ ମାମଲାରେ ଇଡି ଏକ ଚାର୍ଜସିଟ୍ ଦାଖଲ କରି ରାବ୍ରି ଦେବୀ, ତାଙ୍କ ଝିଅ ତଥା ଆରଜେଡି ସାଂସଦ ମିସା ଭାରତୀ, ହେମା ଯାଦବ ଏବଂ ଲାଲୁ ପ୍ରସାଦଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ଏଥିରେ ଉଲ୍ଲେଖ କରି ସେମାନଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା ।ଗତ ବର୍ଷ ଅକ୍ଟୋବରରେ ସିବିଆଇ ଏହି ମାମଲାରେ ଲାଲୁ ପ୍ରସାଦ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ନିମ୍ନ ଅଦାଲତରୁ ଜାମିନ ମିଳିଥିଲା ।ତେବେ ଆଜି ସେହି ମାମଲାରେ ପଚରା ଉଚରା କରିବା ନେଇ ସୂଚନା ରହିଛି । ଯେଉଥି ପାଇଁ ଇଡି ର ଏକ ଟିମ୍ ପାଟନାରେ ପହଞ୍ଚିଛି । ଲାଲୁ ଯାଦବ ମଧ୍ୟ ଇଡି କାର୍ଯ୍ୟଳୟରେ ହାଜର ହୋଇଛନ୍ତି । ତେବେ ଇଡି କାର୍ଯ୍ୟଳୟ ଆଗରେ ଆରଜେଡି କର୍ମୀ ଏବଂ ନେତାଙ୍କ ଭିଡ ଲାଗିଛି ।

Leave a Reply

Your email address will not be published. Required fields are marked *