Pratidin TV

Odisha's Digital News Platform

(ଭିଡିଓ) ଭୁବନେଶ୍ୱରରେ ମାତିଛନ୍ତି ଜମି ଦଲାଲ, ଖୋଲା ଜମିକୁ କରୁଛନ୍ତି ପ୍ରଥମ ଟାର୍ଗେଟ..

1 min read

ଭୁବନେଶ୍ୱର : ଲୋକଙ୍କ ଝାଳ ବୁହା ଧନକୁ ଆଖି ପିଛୁଳାକେ କରି ନେଉଛନ୍ତି ଚମ୍ପଟ । ଘର କରିବା ନେଇ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ କରାଯାଉଛି ଟାର୍ଗେଟ । ଜମି ଠକୁଛନ୍ତି ଠକ । ଆଉ ଏହାକୁ ଲିଡ କରୁଛନ୍ତି ଲେଡି କୁଇନ । ଆପଣ ରାଜଧାନୀ ଉପକଣ୍ଠରେ ଜମି କିଣିଛନ୍ତି କି ? ଜମି ମାଲିକ ଆପଣ, କିନ୍ତୁ ଜମିର ସାର୍ଟିଫାଏଡ ନକଲ ଠକଙ୍କ ହାତରେ! ସେଲ ଡିଡ ରୁ ଆରମ୍ଭ କରି ପଟ୍ଟା ଓ ଖଜଣା ପର୍ଯ୍ୟନ୍ତ ସବୁ ଏଠି ଡୁପ୍ଲିକେଟ । ଆଉ ଏଭଳି କାମକୁ ନେଇ ଏବେ ଚର୍ଚ୍ଚାରେ ସବରେଜିଷ୍ଟର ଅଫିସର ହେଉ କ୍ଲର୍କଙ୍କ ଚାଲାକି! ଭୁବନେଶ୍ୱର ଛାତି ଉପରେ ମାତିଛନ୍ତି ଜମି ମାଫିଆ । ଆଖିରେ ସାମ୍ନାରେ ଭୁଆଁ ବୁଲାଇ ନେଇ ଯାଉଛି ଟଙ୍କା । ଜମି ଦେବା ଲୋଭ ରେ କାଗଜପତ୍ର ଠାରୁ ସବୁଥିରେ କରାଯାଉଛି ଚଚଂକତା । ଖାଲିଜମିକୁ ନେଇ ମହିଳା ଏବଂ ସବରେଜିଷ୍ଟର କର୍ମଚାରୀଙ୍କଦ୍ୱାରା କରାଯାଉଛି ଏହି ଡିଲ୍ । ଆଉ ପରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ।ଭୁବନେଶ୍ୱରରେ ସ୍ୱପ୍ନର ଘରଟିଏ କରିବାକୁ ଯାଇ ଜଣେ ମହିଳା ଠକେଇର ଶୀକାର ହୋଇଛନ୍ତି ।

ସ୍ୱାମୀଙ୍କ ଅବସର ଓ ଦୁଇ ଝିଅଙ୍କୁ ବାହା ଦେବା ପରେ କଷ୍ଟ ଅର୍ଜିତ ଧନ ସଞ୍ଚି ଚନ୍ଦକା ଅଞ୍ଚଳରେ ଜମି କିଣିଥିଲେ କମଳା । ହେଲେ ଜମିକୁ ଯିବା ବେଳେ ତାଙ୍କୁ ଅଟକାଇଲେ ଆଉ କେହି ।ପଦାକୁ ଆସିଲା ଜମି ଠକେଇର ଗୁମର । ଖୋଲିଲା ନକଲି କାରନାମାର ଫର୍ଦ୍ଦ । ସଂଯୁକ୍ତା ପାଣିଗ୍ରାହୀଙ୍କ ନାଁରେ ସୁଶିଲା ପଟ୍ଟନାୟକ ନାମକ ଜଣେ ମହିଳା ଠକେଇ କରିଥିବା ନେଇ ତଥ୍ୟ ପାଇଲା ପୋଲିସ । ସଂଯୁକ୍ତାଙ୍କ ନାଁରେ ମିଛ କାଗଜପତ୍ର କରି ୬୦ ଲକ୍ଷ ହଡ଼ପ କରିଥିଲେ କଟକ ଚୌଦ୍ୱାର କପାଳେଶ୍ୱରର ସୁଶୀଲା ପଟ୍ଟନାୟକ ।

Advertisement

ଜମି ଠକେଇ ଗ୍ୟାଙ୍ଗରେ ପଶି ଲକ୍ଷ ଲକ୍ଷ ଟଙ୍କା ରୋଜଗାର ପାଇଁ ବାରମ୍ବାର ବଦଳାଇଛନ୍ତି ତାଙ୍କ ପରିଚୟ । କେତେବେଳେ ନିଜକୁ ସଂଯୁକ୍ତା ପାଣିଗ୍ରାହୀ କହି ତ ଅନ୍ୟ କେତେବେଳେ ଆଉ କେଉଁ ଜମି ମାଲିକଙ୍କ ପରିଚୟ ଦେଇ ଠକେଇ କରିଛନ୍ତି । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଏହି ଛଦ୍ମବେଶି ମହିଳା ଓ ମହାକାଳେସ୍ୱରର ଅରୁପ ହାଲଦାରଙ୍କୁ ଗିରଫ ପରେ ପୁରା ଘଟଣାରୁ ପରଦା ହଟିଛି । ଏବେ ସୁଦ୍ଧା ଏହି ଗ୍ୟାଙ୍ଗର ମୋଟ ୭ ଜଣଙ୍କୁ ଗିରଫ କରି ସାରିଲାଣି ପୋଲିସ ।

Leave a Reply

Your email address will not be published. Required fields are marked *