କୋରାପୁଟରେ ପ୍ରଳୟ ରଚିଲା ବାତ୍ୟା ମିଗଜୋମ , ରାସ୍ତାରେ ଖସିଲା ପଥର…..
1 min readକୋରାପୁଟ୍ ; ଆନ୍ଧ୍ର ଉପକୂଳ ସହ ଓଡିଶାରେ ମଧ୍ୟ ପ୍ରଭାବ ପକାଇଛି ବାତ୍ୟା ମିଗଜୋମ । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଥିଲା ବାତ୍ୟା ମିଗଜୋମ୍। ଫଳରେ ଏହି ବାତ୍ୟା ପ୍ରଭାବରେ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।
ଆଜି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହୋଇଛି । ତେବେ କୋରାପୁଟ୍ ଜିଲ୍ଲା ପଟାଙ୍ଗି ବ୍ଲକରେ ସର୍ବାଧିକ ୧୦୬ ମିଲି ମିଟର ବର୍ଷା ହୋଇଛି। ଏହାଫଳରେ କୋଟିଆ ମାଡକାର ରାସ୍ତାରେ ପାହାଡ଼ରୁ ପଥର ଖସିଛି । ପ୍ରବଳ ବର୍ଷା ଫଳରେ ଚାଷୀ ଅମଳ କରିନପାରି ଚାଷ ନଷ୍ଟ ହେବା ଚିନ୍ତାରେ ରହିଥିବା ବେଳେ ଏପରି ଲ୍ୟାଣ୍ଡ ସ୍ଲାଇଡ୍ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଏଥିପ୍ରତି ପ୍ରସ୍ତୁତ ରହିଥବାକୁ ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି।