Pratidin TV

Odisha's Digital News Platform

ବୈଷ୍ଣଦେବୀରେ ଭୂସ୍ଖଖଳନ ମଝିରାସ୍ତାରେ ଆହତ ହେଲେ ଅନେକ ଭକ୍ତ , ୨ ମୃତ …

ମା ବୈଷ୍ଣଦେବୀଙ୍କ ଯାତ୍ରା ସମୟରେ ଭକ୍ତଙ୍କ ସହ ଘଟିଲା ବଡ ଅଘଟଣ । ମନ୍ଦିର ଯିବା ରାସ୍ତାରେ ହଠାତ୍ ଭୂସ୍ଖଳନ ଯୋଗୁ ୨ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନା ପାଇ ରେସ୍କ୍ୟୂ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ହସ୍ପିଟାଲ ପଠାଇଛି ।

ଯାତ୍ରା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ –
ଯାତ୍ରା ସମୟରେ ସଜାଗ ରହିବାକୁ ଏବଂ ମାର୍ଗର ଅବସ୍ଥାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ନିବେଦନ କରିଛି ପ୍ରଶାସନ। ଭୂସ୍ଖଳନ ହେତୁ ଯାତ୍ରୀ ମାର୍ଗରେ ଯାତାୟାତ ସାମୟିକ ଭାବେ ବନ୍ଦ ହୋଇ ଯାଇଥିଲା ଏବଂ ଏହି ରାସ୍ତାକୁ ସଫା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୦୮ ଶକ୍ତିପୀଠ ମଧ୍ୟରୁ ବୈଷ୍ଣଦେବୀ ଅନ୍ୟତମ । ଭାରତରେ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ଭିଡ ଏହିଠାରେ ହିଁ ଜମେ । ଏକ ସର୍ଭେରୁ ଜଣାପଡିଛି ଯେ ଏଠାରେ ଭକ୍ତଙ୍କ ଗହଳି ୧କୋଟିରୁ ଉର୍ଦ୍ଧରେ ପହଞ୍ଚିଯାଏ ଅନେକ ସମୟରେ । କାହିଁକି ନା ମାଙ୍କ ଦର୍ଶନ ପାଇଁ କୋଣ ଅନୁକୋଣରୁ ଭକ୍ତଙ୍କ ଲମ୍ବା ଭିଡ ଲାଗିଥାଏ ।

୨୦୨୩ ମସିହାରେ ସବୁଠୁ ଅଧିକ ଭକ୍ତ ମାନଙ୍କ ଭିଡ ଜମିଥିଲା ଏହି ମନ୍ଦିରରେ । ୯୩.୫୦ ଲକ୍ଷ ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ ପାଇଁ ଭିଡ ଜମାଇଥିଲେ । ଆଉ ଏହା ପୂର୍ବରୁ ୨୦୧୩ ମସିହାରେ ୯୩.୨୪ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ବୈଷ୍ଣଦେବୀରେ ।

Leave a Reply

Your email address will not be published. Required fields are marked *