Pratidin TV

Odisha's Digital News Platform

ଭୁଶୁଡିଲା ନିର୍ମାଣଧୀନ ଟନେଲ୍ ; ଫସିଛି ୪୦ ରୁ ଉର୍ଦ୍ଧ ଜୀବନ, ଚାଲିଛି ରେସ୍କୂ ଅପରେସନ ….

1 min read

ନୂଆଦିଲ୍ଲୀ ; ଭୂଶୁଡିଲା ନିର୍ମାଣଧୀନ ଟନେଲ । ଫସିଛି ୪୦ ରୁ ଉର୍ଦ୍ଧ ଜୀବନ । ନିର୍ମଣଧୀନ ଟନେଲ ଭିତରେ ଲ୍ୟାଣ୍ଡିଂ ସ୍ଲାଇଡିଂ ବା ଭୂୂସ୍କଳନ ହୋଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।ଉତ୍ତରାଖଣ୍ଡ ଉତ୍ତରକାଶୀରେ ଯମୁନେତ୍ରୀ ଏନଏଚ୍ ସିଲକ୍ୟାରାରୁ ଲମ୍ବିଥିବା ଟନେଲ /ସୁଡଙ୍ଗ ଭିତରେ ଭୂସ୍କଳନ ଘଟିଛି । ଯାହା ଫଳରେ ସେଥି ମଧ୍ୟରେ କାର୍ଯ୍ୟ କରୁଥିବା ୪୦ ରୁ ଉର୍ଦ୍ଦ ଶ୍ରମିକ ଫସି ରହିଥିବା ଜଣାପଡିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ , ଉଦ୍ଧାକାରୀ ଦଳ ପହଞ୍ଚି ରେସ୍କ୍ୟୂ ଅପରେଶନ ଆରମ୍ଭ କରିଦେଇଥିବା ଜଣାପଡିଛି ।

ତେବେ ପ୍ରଥମେ ସେମାନଙ୍କ ପାଖକୁୁ ଅକ୍ସିଜେନ ପଠାଯାଇଛି । ଏହାପରେ ଧିରେ ଧିରେ ଟନେଲ ଭିତରୁ ମାଟି ଅତଡା ଗୁଡିକୁ ଖସାଯାଉଛି । ଏନଏଚଡିସିଏଲର ପୂର୍ବ ପ୍ରବନ୍ଧକ କହିଛନ୍ତି ଯେ , ଏହି ନିର୍ମାଣଧୀନ ଟନେଲ ରାଜପଥରୁ ସିଲକ୍ୟାର ନିକଟରେ ୨୭୦୦ ମିଟର ଯାଏଁ ନିର୍ମାଣ ହୋଇଛି । ଏଥିରେ ୨୭୦ ମିଟର ଭିତରେ ଭୂସ୍କଳନ ହୋଇଛି । ଫଳରେ ସେଠାରେ କାମକରୁଥିବା ଶ୍ରମିକମାନେ ଫସିରହିଛନ୍ତି । ଆମେ ରେସ୍କ୍ୟୁ ଅପରେଶନ ଆରମ୍ଭ କରିଦେଇଛୁ । ତାଙ୍କୁ ତୁରନ୍ତ ସେଠାରୁ ସୁସ୍ଥ ଅବସ୍ଥାରେ ବାହାର କରିବୁ ।

ଟନେଲର ନିର୍ମାଣ 2019 ରେ ଆରମ୍ଭ ହୋଇଥିଲା |

ପ୍ରାୟ 853 କୋଟି ଟଙ୍କା ବ୍ୟୟରେ ଏହି ଟନେଲ ନିର୍ମାଣ କରାଯାଉଛି | ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (NHIDCL) ର ତତ୍ତ୍ .ାବଧାନରେ ଡବଲ୍ ଲେନ୍ ଟନେଲ୍ ହେଉଛି ଦେଶର ପ୍ରଥମ ଅତ୍ୟାଧୁନିକ ଟନେଲ୍ ଯାହାକି ନ୍ୟୁ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତି (NATM) ବ୍ୟବହାର କରି ନିର୍ମିତ ହେଉଛି | ନାଭାୟୁଗ ଇଞ୍ଜିନିୟରିଂ କମ୍ପାନୀ ଏହାର ନିର୍ମାଣ 2019 ଜାନୁୟାରୀରେ ଆରମ୍ଭ କରିଥିଲା ​​|

Leave a Reply

Your email address will not be published. Required fields are marked *