ବେଳାଭୂମିରେ ଜେଲିଫିସ ମଡ଼କ; ଚିନ୍ତାରେ ସମୁଦ୍ର ବିଜ୍ଞାନୀ ..
1 min readବିଗିଡି ଯାଇଛି ସାମୁଦ୍ରିକ ପରିବେଶ। ସମୁଦ୍ରକୂଳରେ ପଡିଛି କୁଢକୁଢ ବିରଳ ଜେଲିଫିସ୍ ଙ୍କ ମୃତଦେହ। ଜେଲିଫିସ୍ ମଡକ ପୁରୀ ବେଳାଭୂମିରେ ସୃଷ୍ଟି କରିଛି ଆତଙ୍କ। ସୂଚନାନୁଯାୟୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଜାହାନିଆ ବେଳାଭୂମି ରେ ପଡିଛନ୍ତି ସହ ସହ ଜେଲିଫିସ। ଅସ୍ତରଙ୍ଗ ଠାରୁ କୋଣାର୍କ ପର୍ଯ୍ୟନ୍ତ ବେଳାଭୂମି ସମୁଦ୍ର କୂଳରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ। ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକ ଙ୍କ ପାଈଁ ବିପଦ ସୃଷ୍ଟି ହୋଇଛି। ଏହାକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ। କାରଣ ଜେଲିଫିସ ର ଲାଳ ଶରୀରରେ ଲାଗିବା ଦ୍ୱାରା ସଂକ୍ରମଣ ହୋଇଥାଏ।
ଦେହ କୁଣ୍ଢାଇ ହେବା ଶହ ନାଲି ପଡ଼ିଯାଏ। ତେବେ ବର୍ତମାନ ସୁଦ୍ଧା କୌଣସି ପର୍ଯ୍ୟଟକ ଆହତ ହୋଇ ନଥିବା ବେଳେ ଜେଲି ଫିସ ଲାଗିବାରୁ ଲୋକ ସେତେ ମାତ୍ରାରେ ସ୍ନାନ କରୁନାହାନ୍ତି। ତେବେ ଗତ କିଛି ଦିନ ହେବ ଖରାର ପ୍ରକୋପ ବଢିଥିବାରୁ ସମୁଦ୍ର ଭିତରେ ତାତି ପ୍ରବଳ ରହିଥାଏ। ଫଳରେ ଜେଲି ଫିସ ଏକତ୍ରିତ ହୋଇ ପବନ ହୋଇଥିବା ଦିଗ ଅଭିମୁଖେ ଭାଷୀ ଆସି ବେଳାଭୂମିରେ ଲାଗିଛନ୍ତି। ପରେ ସମୁଦ୍ର ଢେଉ ରେ ଜେଲି ଫିସ ପୁଣି ଥରେ ସମୁଦ୍ର ଭିତରକୁ କିଛି ଭାଷୀ ଯାଇଥିଲା। ତଥାପି କିଛି ଜେଲି ଫିସ ଜାହାନିଆ ଉପକୂଳରେ ପଡିରହିଛନ୍ତି ।