Pratidin TV

Odisha's Digital News Platform

ଭାରତରେ ଏକାଧିକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହଞ୍ଜ୍‌ଲା ଆଦ୍‌ନାନ୍ ପାକିସ୍ତାନରେ ନିହତ…

1 min read

ଦିନେ ଭାରତରେ ଖେଳାଉଥିଲା ଆତଙ୍କ । ଭାରତୀୟଙ୍କ ରକ୍ତରେ ଖେଳୁଥିଲା ହୋଲି । ଅନେକ ଥର ଭାରତ ଉପରେ ଆକ୍ରମଣ କରିଥିବା ଲସ୍କର ଏ-ତୋଏବାର ମାଷ୍ଟର ମାଇଣ୍ଡଙ୍କୁ ପାକିସ୍ତାନର କରାଚିରେ ହତ୍ୟା କରାଯାଇଛି । କିଛି ବନ୍ଧୁକ ଧାରୀ ବ୍ୟକ୍ତି ମାନେ ଆତଙ୍କବାଦୀ ହଞ୍ଜ୍‌ଲା ଆଦ୍‌ନାନ୍‌ଙ୍କୁ ଗୁଳିମାରି ହତ୍ୟା କରାଥିବା ଖବର ପ୍ରକାଶିତ ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୧୫ ରେ ଜାମ୍ମୁ କାଶ୍ମୀରର ଉଦାମପୁରରେ ବିଏସଏଫ କନଭେନ ଉପରେ ହୋଇଥିବା ଆକ୍ରମଣର ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାର୍ଷ୍ଟମାଇଣ୍ଡ୍ ଲସ୍କର ଏ-ତୋଏବାର ମୁଖ୍ୟ ହାଫିଜ୍ ସଇଦଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିବା ହଞ୍ଜ୍‌ଲା ଆଦ୍‌ନାନ୍‌ଙ୍କୁ ଡିସେମ୍ବର ୨ ଏବଂ ୩ ମଧ୍ୟରାତ୍ରିରେ ତାଙ୍କ ଘର ବାହାରେ ଗୁଳିମାଡ କରାଯାଇଥିଲା । ହଞ୍ଜ୍‌ଲାଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ ହୋଇଥିଲା । ପରେ ପାକିସ୍ତାନୀ ସେନା ଦ୍ୱାରା ତାଙ୍କୁ ଆହାତ ଅବସ୍ଥାରେ ଉଦ୍ଧାର କରାଯାଇ ଗୁପ୍ତରେ କରାଚି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି ।

Advertisement

ସୂଚନା ଅନୁଯାୟୀ ୨୦୧୫ ଅଗଷ୍ଟ ୫ରେ ହଞ୍ଜ୍‌ଲା ଆଦ୍‌ନାନ୍ ଉଧମପୁରରେ ‘ବିଏସ୍‌ଏଫ୍‌’ ଗାଡ଼ି ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏହି ଆକ୍ରମଣରେ ୨ଜଣ ‘ବିଏସ୍‌ଏଫ୍‌’ ଯବାନ ସହିଦ ହୋଇଥିଲେ ଓ ଆଉ ୧୩ଜଣ ଯବାନ ଆହତ ହୋଇଥିଲେ । ‘ଏନ୍‌ଆଇଏ’ ଏହି ଆକ୍ରମଣ ଉପରେ ତଦନ୍ତ କରି ‘ଚାର୍ଜସିଟ୍‌’ ଫାଇଲ୍ କରିଥିଲା ।ଏହାବ୍ୟତୀତ ୨୦୧୬ରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାର୍ମ୍ପୋ ଅଞ୍ଚଳରେ ‘ସିଆର୍ପିଏଫ୍‌’ ଗାଡ଼ି ଉପରେ କରାଯାଇଥିବା ଆକ୍ରମଣରେ ମଧ୍ୟ ସେ ସହଯୋଗ କରିଥିଲେ । ଏହି ଆକ୍ରମଣରେ ୮ଜଣ ‘ସିଆର୍ପିଏଫ୍‌’ ଯବାନ ସହିଦ ହୋଇଥିଲେ ଓ ଆଉ ୨୨ଜଣ ଯବାନ ଆହତ ହୋଇଥିଲେ । ନବ-ନିଯୁକ୍ତ ଆତଙ୍କବାଦୀମାନଙ୍କୁ ପ୍ରବର୍ତ୍ତାଇବା ଲାଗି ହଞ୍ଜ୍‌ଲା ଆଦନାନ୍‌ଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଗୋଟାଏ ଲର୍ସ୍କ-ଏ-ତୈବା ଶିବିରକୁ ପଠାଯାଇଥିଲା । ପାକିସ୍ତାନର ଗୁଇନ୍ଦା ଏଜେନ୍‌ସି, ‘ଆଇଏସ୍‌ଆଇ’ ଓ ପାକିସ୍ତାନୀ ସେନା ସହାୟତାରେ ସେ ଭାରତରେ ଅନୁପ୍ରବେଶ କରି ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ । ତେବେ ଭାରତରେ ଆତଙ୍କବାଦ ବିସ୍ତାର ସହ ଜଡିତ ଜଣେ ଆତଙ୍କବାଦୀ ନିଜ ନିଜ ଅଞ୍ଚଳରେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହତ୍ୟା କରାଯିବା ଏହା ପ୍ରଥମ ଘଟଣା ନୁହେଁ । ଗତ ୨୦ ମାସ ମଧ୍ୟରେ ଭାରତରେ ହୋଇଥିବା ବିଭିନ୍ନ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀଙ୍କ ଏହା ୧୯ ତମ ହତ୍ୟା ବୋଲି ଏକାଧିକ ଗଣମାଧ୍ୟମ ପକ୍ଷରୁ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *