Pratidin TV

Odisha's Digital News Platform

ଅନନ୍ତନାଗ ଏନକାଉଣ୍ଟର ; ଶେଷ ହେଲା ସର୍ଚ୍ଚ ଅପରେଶନ , କୁଖ୍ୟାତ୍ ଉଜୈର ସହ ଟଳିଳେ ୩ ଆତଙ୍କୀ …

1 min read

ଶ୍ରୀନଗର ; ରିଭେଞ୍ଜ ନେଲେ ଇଣ୍ଡିଅନ ଆର୍ମୀ । ଟଳିଳେ ୪ କୁଖ୍ୟାତ୍ ଆତଙ୍କୀ । ଦୀର୍ଘ ୭ ଦିନ ଧରି ଜମ୍ମୁକଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ଆଜି ଶେଷ ହୋଇଛି । ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଲୁଚି ରହି ହମଲା କରୁଥିବା ୩ କୁଖ୍ୟାତ ତଥା ତାଲିମପ୍ରାପ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର କମାଣ୍ଡର ଉଜୈର ଖାନ ରହିଛି। ସୁରକ୍ଷାକର୍ମୀମାନେ ଉଜୈର ଖାନ ସମେତ ଆଉ ଜଣେ ଆତଙ୍କବାଦୀର ମୃତଦେହକୁ ଜବତ କରିଛନ୍ତି। ତେବେ ତୃତୀୟ ଆତଙ୍କବାଦୀର ମୃତଦେକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି।

ଏନେଇ କଶ୍ମୀର ପୁଲିସର ଏଡିଜିପି ବିଜୟ କୁମାର କହିଛନ୍ତି, ଉଜୈର ଖାନ ଓ ତା’ର ୩ ସହଯୋଗୀ ମିଳିତ ଭାବେ ଲୁଚି ରହି ୭ ଦିନ ହେଲା ହମଲା କରୁଥିଲେ। ଆଜି ସେମାନଙ୍କର ମୃତ୍ୟୁ ସହ ୭ ଦିନ ହେଲା ଚାଲିଥିବା ଏନକାଉଣ୍ଟର ଶେଷ ହୋଇଛି ।
ଗର ମଙ୍ଗଳବାର ଠାରୁ ଅନନ୍ତନାଗର କୋକେରନାଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହି ହମଲା କରିଥିଲେ। ବୁଧବାର ହିଁ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।

ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର(କର୍ଣ୍ଣେଲ) ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର(ମେଜର) ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍ର ଡିଏସ୍ପି ହ୍ୟୁମାନ୍ୟୁ ଙ୍କ ସହ ଆଉ ଜଣେ ବୀର ଯବାନ ବଳିଦାନ ଦେଇଥିଲି । ଏହାପରେ ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିଲା ଭୟଙ୍କର ସର୍ଚ୍ଚ ଅପରେଶନ ଯାହାର ଅନ୍ତରେ ଆଜି ଟଳିଛନ୍ତି କୁଖ୍ୟାତ୍ ଅପରାଧି ।

Leave a Reply

Your email address will not be published. Required fields are marked *