ଭାରତ ପାଇଁ ଶେଷ ସୁଯୋଗ; ଆରମ୍ଭ ହୋଇଛି ଇଣ୍ଡିଆ-ନ୍ଯୁଜିଲାଣ୍ଡ ମଧ୍ଯରେ ତୃତୀୟ ଟେଷ୍ଟମ୍ଯାଚ
1 min readଆଜି ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସହ ଖେଳିବାକୁ ଯାଉଛି ତୃତୀୟ ତଥା ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚ । କାରଣ ଏହି ସିରିଜର ପ୍ରଥମ ଦୁଇଟି ଟେଷ୍ଟକୁ ଜିତି ନେଇଛି ନ୍ୟୁଜିଲାଣ୍ଡ । ଅର୍ଥାତ ୩ ଟିକିଆ ମ୍ୟାଚକୁ ୨-୦ରେ ଜିତି ସିରିଜ କବଜା କରିନେଇଛି । ତେଣୁ ଟେଷ୍ଟ ଚାମ୍ପିଅନସିପ ଖେଳିବାକୁ ହେଲେ ଏହି ମ୍ୟାଚ ଜିତିବା ବେଶ ଗୁରୁତ୍ବପୂର୍ଣ୍ଣ । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଟସ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ଚୟନ କରିଛନ୍ତି | ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ତିନିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ର ଶେଷ ମୁକାବିଲା ଆଜି। ମୁମ୍ବାଇର ୱାନ୍ଖେଡେ ଷ୍ଟାଡିୟମ୍ରେ ଆଜି ମ୍ୟାଚ୍ ଆରମ୍ଭ ହୋଇଯାଇଛି। ନ୍ୟୁଜ୍ଲାଣ୍ଡ୍ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ତେବେ ଖବର ଲେଖିଲା ସମୟରେ ନ୍ୟୁଜିଲାଣ୍ଡ ୨0.୫ ବେଳକୁ ୭୫ ରନ କରିଥିବା ବେଳେ ୩ ୱିକେଟ୍ ନେଇଛନ୍ତି ଅଶ୍ୱିନ |
ଏହାସହ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆ ସହ ୫ ଟିକିଆ ଟେଷ୍ଟ ସିରିଜ ବି ଖେଳିବ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚ ଜିତି ଦୃଢ ମନୋବଳ ସହ କଙ୍ଗାରୁ ସହ ଲଢିବାକୁ ଭାରତ ନିଶ୍ଚୟ ଉଦ୍ୟମ କରିବ । ନହେଲେ ଟେଷ୍ଟ ଚାମ୍ପିଅନସିପ ଖେଳିବା ଆଶା ଧୂଳିସାତ ହୋଇଯିବ । ତେଣୁ ଏହାକୁ କଳେବଳେ କୌଶଳେ ଜିତିବାକୁ ହିଁ ହେବ ।
ପ୍ରଥମ ଟେଷ୍ଟ ମ୍ୟାଚ ବେଙ୍ଗାଳୁରୁରେ ଖେଳାଯାଇଥିବାବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ ପୁଣେରେ ଖେଳାଯାଇଥିଲା । ଅନ୍ୟପଟେ ଦୀର୍ଘ ୬୯ ବର୍ଷ ପରେ ଭାରତ ବିରୋଧରେ ଟେଷ୍ଟ ଜିତି ମନସ୍ତାତ୍ତ୍ବିକ ଦୃଷ୍ଟିକୋଣରୁ ବେଶ ଉପରେ ରହିଛି ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ । ସେମାନେ ମଧ୍ୟ ଶେଷ ଟେଷ୍ଟ ମ୍ୟାଚ ଜିତି ସିରିଜ କ୍ଲିନସୁଇପ କରିବାକୁ ନିଶ୍ଚୟ ପ୍ରୟାସ କରିବେ ।