Pratidin TV

Odisha's Digital News Platform

ଅକ୍ଟୋବର ୨ ରେ ବିରଳ ସୂର୍ଯ୍ୟପରାଗ : ଦୃଶ୍ୟମାନ ହେବ ଅଗ୍ନିଚକ୍ର …

1 min read

ଆସନ୍ତା ଅକ୍ଟୋବର 2ରେ ହେବ ଶେଷ ବିରଳ ବାର୍ଷିକ ସୂର୍ଯ୍ୟ ପରାଗ। ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହେବ। ଏହି ସମୟରେ ମହାକାଶରେ ଏକ ମହାଜାଗତିକ ରୂପ ଦେଖିବାକୁ ମିଳିବ ଯାହାକୁ ‘ରିଙ୍ଗ୍ ଅଫ୍ ଫାୟାର୍’ ବା ଅଗ୍ନିଚକ୍ର କୁହାଯାଉଛି। ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ସରଳରେଖାରେ ଅବସ୍ଥାପିତ ହେଉଥିବାରୁ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ।

ଏହା ହେଉଛି ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗଠାରୁ ଭିନ୍ନ। ଏହି ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀଠାରୁ ଏହାର ଦୂରତମ ସ୍ଥାନରେ କିମ୍ବା ସବୁଠୁ ନିକଟତର ହୁଏ, ସେତେବେଳେ ଏକ ବାର୍ଷିକ ସୂର୍ଯ୍ୟ ପରାଗ ହୁଏ। ଏହି ସମୟରେ ଆକାଶରେ ସୂର୍ଯ୍ୟଙ୍କଠାରୁ ବଡ଼ ଦଖାଯାଏ ଚନ୍ଦ୍ର। କିନ୍ତୁ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରେ ନାହିଁ, ଫଳରେ ଏକ ଚମତ୍କାର ଭିଜୁଆଲ୍ ଇଫେକ୍ଟ ସୃଷ୍ଟି ହୁଏ। ଯାହା ଏକ ଉଜ୍ଜ୍ୱଳ ରିଙ୍ଗ ବା ‘ଅଗ୍ନି ଚକ୍ର’ ସୃଷ୍ଟି କରେ।

Advertisement

ବାସ୍ତବରେ ସୂର୍ଯ୍ୟ ତୁଳନାରେ ଚନ୍ଦ୍ରର ଆକାର ଛୋଟ। ଚନ୍ଦ୍ରର ବ୍ୟାସ ମାତ୍ର 3,476 କିଲୋମିଟର ଥିବାବେଳେ ସୂର୍ଯ୍ୟଙ୍କ ବ୍ୟାସ ୧.୪ ନିୟୁତ କିଲୋମିଟର। କିନ୍ତୁ ଏହି ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଏକ ଗୋଲାକୃତିରେ ଆଚ୍ଛାଦନ କରୁଥିବାରୁ ସୂର୍ଯ୍ୟର ଅବଶିଷ୍ଟ ଅଞ୍ଚଳ ପୃଥିବୀ ପୃଷ୍ଠକୁ ଏକ ଚମତ୍କାର ଇଫେକ୍ଟ ସୃଷ୍ଟି କରିବ, ଯାହା ନିଆଁର ଏକ ଚକ୍ର ପରି ଦେଖାଯିବ NASAର ସୂଚନା ଅନୁସାରେ ଏହି ବାର୍ଷିକ ସୂର୍ଯ୍ୟ ପରାଗ ଅକ୍ଟୋବର 2 ତାରିଖ ଭାରତୀୟ ସମୟ ରାତି 9ଟା 13ମିନିଟରେ ଆରମ୍ଭ ହେବ । ଯାହାକି ଅକ୍ଟୋବର 3 ତାରିଖ ଭୋର 3ଟା 17ମିନିଟ ପର୍ଯ୍ୟନ୍ତ ଚାଲିବ । କହିବାକୁ ଗଲେ ମୋଟ 6 ଘଣ୍ଟା 4 ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗ ହେବ । କିନ୍ତୁ ରାତି ସମୟ ଯୋଗୁଁ ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ ।

ଭାରତରେ ଏହି ବାର୍ଷିକ ସୂର୍ଯ୍ୟ ପରାଗ ନ ଦିଶିଲେ ମଧ୍ୟ, ଦୁନିଆର ଅନ୍ୟ ଭାଗରେ ଲୋକେ ଏହାକୁ ଦେଖିପାରିବେ । ଦକ୍ଷିଣ ପ୍ରଶାନ୍ତ ମହାସାଗର, ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗ ଓ ଦକ୍ଷିଣ ଆଣ୍ଟଲାଟିକ୍‌ ମହାସାଗରରେ ଦିଶିବ ଏହି ଗ୍ରହଣ । କେବଳ ଦକ୍ଷିଣ ଆମେରିକାର ଚିଲି ଓ ଆର୍ଜେଣ୍ଟିନାରେ ରିଙ୍ଗ ଅଫ ଫାୟାର ଦୃଶ୍ୟମାନ ହେବ । ଏହାବାଦ ପ୍ରଶାନ୍ତ ମହାସାଗରର ଚିଲି ତଟରୁ 3700କିମି ଦୂର ଇଷ୍ଟର ଆଇଲ୍ୟାଣ୍ଡରେ ବି ପରାଗ ଦିଶିବ ।

Leave a Reply

Your email address will not be published. Required fields are marked *