Pratidin TV

Odisha's Digital News Platform

ଲୋକଙ୍କ ପାଖରେ ପହଞ୍ଚିବ ନ୍ୟାୟ ,ସବୁ ବ୍ଲକରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ

1 min read

ଏଣିକି ନ୍ୟାୟ ପାଇଁ ଆଉ ଦୌଡି ଦୌଡି ସାଧାରଣ ଲୋକଙ୍କୁ ଚପଲ ଘୋରିବାକୁ ପଡିବନି । କିମ୍ବା ହାଇକୋର୍ଟ ଦୌଡିବାକୁ ପଡିବନି । ଏଣିକି ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ । ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ ।

ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଉ ମଧ୍ୟ ଏହି ନିଷ୍ପତି ‘ଜଷ୍ଟିସ୍ ଆଟ ଡୋର ଷ୍ଟେପ୍’ ପଦକ୍ଷେପରେ ଏହା ପ୍ରମୁଖ ଭୂମିକା ନେବ ବୋଲି ମନ୍ତ୍ରୀ ଗଣମାଧ୍ୟମ ଆଗରେ ପୁରା ରାଜ୍ୟବାସୀଙ୍କୁ କହିଛନ୍ତି । ଏଥିସହିତ ଏନେଇ ୬ଟି ଗ୍ରାମ୍ୟ ନ୍ୟାୟାଳୟ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Advertisement

ଏଭଳି ହେବା ଦ୍ବାରା ନ୍ୟାୟିକ ବ୍ୟବସ୍ଥା ଉପରେ ଅଧିକ ଭାର ପଡିବ ନାହିଁ । ଗ୍ରାମ୍ୟ ନ୍ୟାୟଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ ବି କମିବ । ତୃଣ ମୂଳ ସ୍ତରରରେ ଘଟଣାର ସମାଧାନ ହୋଇପାରିଲେ ଲୋକଙ୍କୁ ତ୍ବରିତ ନ୍ୟାୟ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *