Pratidin TV

Odisha's Digital News Platform

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ ; ଶ୍ରୀମନ୍ଦିର ଭିତରେ ଭକ୍ତଙ୍କୁ ମିଳିବ ମାଗଣା ଅବଢା ..

1 min read

ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର । ଏଥର ମନ୍ଦିର ଭିତରେ ମାଗଣାରେ ମିଳିବ ଅବଢା । ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଏନେଇ ଆଇନ ମନ୍ତ୍ରୀ ଦେଲେ ବଡ ବୟାନ ।

ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଅବଢ଼ା ଟିକିଏ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।

ତେବେ ଶ୍ରୀମନ୍ଦିରକୁ ପ୍ରତ୍ୟକ ଦିନ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଥିବା ବେଳେ ପର୍ବ ପର୍ବାଣୀ ଦିନରେ ଦୁଇ ଅଢେଇ ଲକ୍ଷ ଭକ୍ତ ଆସିଥାନ୍ତି। ସେମାନଙ୍କୁ କିଭଳି ଭାବରେ ମାଗଣା ମହାପ୍ରସାଦ ଯୋଗାଇ ଦିଆଯାଇପାରିବ ସେନେଇ ରୂପରେଖ ଦେବାକୁ ପ୍ରଚେଷ୍ଟା ଚାଲିଥିବା ବେଳେ ବିଭିନ୍ନ ଦାତାଙ୍କ ସହ ଆଲୋଚନା ମଧ୍ୟ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବେଳେ ଏହି ବ୍ୟବସ୍ଥା ଲାଗୁ କରିଥିଲେ। ଏଥି ନିମନ୍ତେ ଶେଷଥର ୨୦୧୮-୧୯ ଆର୍ଥିକ ବଜେଟରେ ଦେଢ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ମାତ୍ର କୋଭିଡ୍ ପରଠୁ ଆଉ ଭକ୍ତଙ୍କୁ ମାଗଣା ମହାପ୍ରସାଦ ଦିଆଯାଉନି।

Leave a Reply

Your email address will not be published. Required fields are marked *