Pratidin TV

Odisha's Digital News Platform

ସଲମାନକୁ ମାରିବାକୁ ପାକିସ୍ତାନରୁ ଆସିଥିଲା ଅସ୍ତ୍ରଶସ୍ତ୍ର , ଘଟଣାର ପର୍ଦ୍ଦାଫାଶ ପରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ..

1 min read

ପୁଣି ସଲମାନ ଙ୍କୁ ମାରିବାକୁ ହୋଇଥିଲା ଷଡଯନ୍ତ୍ର । ହେଲେ ଏହା ପୂର୍ବରୁ ମୁମ୍ବଇ ପୁଲିସ ହାତରେ ଧରାପଡ଼ିଯାଇଛନ୍ତି ଶୁଟର। ସେମାନଙ୍କୁ ଗିରଫ ପରେ ସଲମାନଙ୍କୁ ହତ୍ୟା ପାଇଁ ହୋଇଥିବା ଯୋଜନାର ପର୍ଦ୍ଦାଫାଶ ହୋଇଛି। ନଭି ମୁମ୍ବଇ ପୁଲିସ ଗିରଫ କରିଥିବା ଶୁଟରମାନେ ହେଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ।

ଏମାନେ ପନୱେଲଠାରେ ଅଭିନେତା ସଲମାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଆଣିବାକୁ ଯୋଜନା କରିଥିଲେ। ଆକ୍ରମଣ ପାଇଁ ସଲମାନଙ୍କ ଫାର୍ମ ହାଉସ ସମେତ ଅନ୍ୟ କେତେକ ସ୍ଥାନକୁ ବାଛିଥିଲେ। ଏକେ-୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ ପାଇଁ ଶୁଟରମାନଙ୍କୁ ଭିଡିଓ ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା। ଗିରଫ ଅଭିଯୁକ୍ତମାନେ ଧନଞ୍ଜୟ ଛଦ୍ମନାମ ଅଜୟ କଶ୍ୟପ, ଗୌରବ ଭାଟିଆ ଓରଫ ନାହବି, ୱାସି ଖାନ ଓରଫ ୱସିମ ଚିକନା ଏବଂ ରିଜୱାନ ଖାନ ଓରଫ ଜାଭେଦ ଖାନ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *