ଅନଲାଇନ୍ ସପିଂ ଆପ୍ରେ ବିକ୍ରି ହେଉଛି ଲରେନ୍ସ ବିଷ୍ଣୋଇ ଫଟୋ ଥିବା ଟି-ସର୍ଟ , ୩ ସପିଂ ଆପକୁ ନେଇ କ୍ଷୋଭ ପ୍ରକାଶ କଲେ ୟୁଜର୍ସ ।
1 min readଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢିବାର ଲାଗିଛି । ବର୍ତ୍ତମାନ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଷ୍ଟରରୁ ହିରୋ ପାଲଟିଯାଇଛି । ଦେଶବାସୀ ଏବେ ଲରେନ୍ସକୁ ପ୍ରଶଂସା କରୁଥିବା ବେଳେ ବର୍ତ୍ତମାନ ଅନଲାଇନ୍ ସପିଂ ଆପ ଗୁଡିକରେ ଲରେନ୍ସର ଫଟୋଥିବା ଟି-ସର୍ଟ ବିକ୍ରି ହେଉଛି । ଅତି ଶସ୍ତାରେ ୩ ନାମିଦାମୀ ଘରେ ଘରେ ପରିଚିତ ଅନଲାଇନ୍ ସପିଂ ଆପ ଏହାକୁ ନିଜ ସାଇଟ୍ ରେ ବିକ୍ରି କରୁଛନ୍ତି । ଯାହାକୁ ନେଇ ବର୍ତ୍ତମାନ ୟୁଜର୍ସ ଏହି ୩ ଆପ୍ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ।
ଜଣେ କୁଖ୍ୟାତ୍ ଅପରାଧୀ ଯିଏ ଏକାଧିକ ହତ୍ୟା କରିଛି ଆଉ ନିଜେ ମଧ୍ୟ ନିଜ ଅପରାଧ ମାନିଛି ତାକୁ ଏପରି ହିରୋ ବନାଇ ତାର ପ୍ରଶଂସା କରି ତାର ଫଟୋକୁ ଟି-ସାର୍ଟରେ ଛାପି ବିକ୍ରି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।
ସୋସିଆଲ ମିଡିଆରେ ୟୁଜର୍ସ କ୍ଷୋଭ ପ୍ରକାଶ କରିବା ପରେ ସେହି ୩ ଅନଲାଇନ ସପିଂ ଆପ ଅଧିକାରୀ ସ୍ପଷ୍ଟିକରଣ କରିଛନ୍ତି । ସେ କହିଛନ୍ତି, ଏହା ଉପରେ କମ୍ପାନୀ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇସାରିଛି । ଟି-ସାର୍ଟ ବିକ୍ରି ଉପରେ ରୋକ୍ ଲଗାଯାଇଛି ।