ଆମେରିକାରେ ଗିରଫ ପରେ ଭାରତ ଆସିବ ଲରେନ୍ସ ବିଷ୍ଣୋଇ ଭାଇ…
1 min readଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରେ ଗିରଫ କରିଛି ପୋଲିସ୍। ଗିରଫ ପରେ ଆମେରିକାରୁ ଭାରତ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା।
ସଲମାନ ଖାନଙ୍କ ଘର ଆଗରେ ଫାୟରିଂ ଏବଂ ଅନ୍ୟ ମାମଲାକୁ ନେଇ ଅନେକ ଦିନ ଧରି ୱାଣ୍ଟେଡ ଥିଲା । ବାବା ସିଦ୍ଦିକି ମର୍ଡର ମାମଲାରେ ମଧ୍ୟ ତାର ହାତ ଥିବା ଜଣାପଡିଛି । ତେବେ ଅନମୋଲ ଅନେକ ଦିନ ହେଲା ଆମେରିକାରେ ଲୁଚି ରହିଥିଲା ।ପୁଲିସ ସୂତ୍ର ଅନୁଯାୟୀ, ଆମେରିକାର ଅଧିକାରୀମାନେ ସେଠାରେ ଅନମୋଲ ବିଷ୍ଣୋଇର ଉପସ୍ଥିତି ନେଇ ଭାରତୀୟ ଅଧିକାରୀଙ୍କୁ ସ୍ପଷ୍ଟ କରିଛନ୍ତି। ଅନମୋଲକୁ ଗିରଫ କରିବା ପାଇଁ ବିଶେଷ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ (MCOCA) କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିସାରିଛନ୍ତି। ଏହି କୁଖ୍ୟାତ ଅପରାଧୀକୁ ବିଦେଶରେ ଖୋଜିବା ପାଇଁ ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଛି। ୱାରେଣ୍ଟ ବ୍ୟତୀତ, ଅନମୋଲକୁ ଭାରତ ଆଣିବା ପାଇଁ ପ୍ରକ୍ରିୟାକୁ ଔପଚାରିକ କରିବା ପାଇଁ ପୁଲିସକୁ କୋର୍ଟ ଦଲିଲଗୁଡ଼ିକର ସାର୍ଟିଫିକେଟ୍ କପି ମଧ୍ୟ ଆବଶ୍ୟକ ହେବ। କୋର୍ଟରୁ ଡକ୍ୟୁମେଣ୍ଟ ଗୁଡ଼ିକ ପାଇବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଆନୁଷ୍ଠାନିକ ପ୍ରସ୍ତାବ ପଠାଯିବ।
୧ ସପ୍ତାହ ପୂର୍ବରୁ ଅନମୋଲ ବିଷ୍ଣୋଇକୁ ଏନ୍ଆଇଏର ମୋଷ୍ଟ ୱାଣ୍ଟେଡ କ୍ରିମିନାଲ ଲିଷ୍ଟରେ ଯୋଡା ଯାଇଛି । ତା ବିରୋଧରେ ୧୭ରୁ ଅଧିକ ମାମଲା ରହିଥିବା ବେଳେ ସଲମାନଙ୍କୁ ହତ୍ୟା ଧମକ ଏବଂ ତାଙ୍କ ଘର ସାମନାରେ ଫାୟରିଂ କରିବା ଲିଷ୍ଟରେ ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାର ସହିତ ଅନମୋଲ ବିଷ୍ଣୋଇର ନାଁ ରହିଛି