ଲରେନ୍ସ ଗ୍ୟାଙ୍ଗର ନୂଆ ର୍ଟାଗେଟ୍ , ଶ୍ରଦ୍ଧା ୱାକର ହତ୍ୟାକାରୀ ପ୍ରେମୀକ ଅଫତାବ ।
1 min readଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ପ୍ରତ୍ୟକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଆଉ ଏକ ବଡ ଖବର ପୁରା ଭାରତରେ ଚାଞ୍ଚଲ୍ୟ ଖେଳାଇଛି । ବାବ ସିଦ୍ଧିକି , ସିଦ୍ଧୁ ମୋସେୱାଲା ଙ୍କ ଖଲାସ କରିବା ପରେ ଲରେନ୍ସ ଗ୍ୟାଙ୍ଗ ସଲମାନଙ୍କୁ ପଛରେ ହାତ ଧୋଇ ପଡିଯାଇଥିଲା । ତେବେ ବର୍ତ୍ତମାନ ଏହି ଗ୍ୟାଙ୍ଗ୍ ଏମିତି ଜଣଙ୍କୁ ନିଜ ର୍ଟାଗେଟ୍ ବନାଇଛି ଯାହାକୁ ନେଇ ପୁରା ଭାରତ ତାଙ୍କୁ ହିରୋ କହୁଛି । ସୂଚନାନୁସାରେ, ଗଣମାଧ୍ୟମରେ ଚାଲିଥିବା ଖବରକୁ ଜାଣି ତିହାର ଜେଲ ପ୍ରଶାସନ ଅଫତାବ ପୁନାୱାଲାଙ୍କ ସୁରକ୍ଷାକୁ ନେଇ ସତର୍କ ହୋଇପଡିଛି କାରଣ ଲରେନ୍ସ ଗ୍ୟାଙ୍ଗ ର ପରବର୍ତ୍ତୀ ଶୀକାର ପାଲଟିଛି ଶ୍ରଦ୍ଧା ହତ୍ୟାକାରୀ ଅଫତାବ ।
ତେବେ ଅଫତାବ କୁ କଡା ସୁରକ୍ଷା ବଳୟ ଭିତରେ ତିହାର ଜେଲର ସେଲ ନଂ ୪ ରେ ରଖାଯାଇଛି । ଶ୍ରଦ୍ଧାଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ଦିଲ୍ଲୀର ଛତ୍ରପୁର ଅଞ୍ଚଳରେ ତାଙ୍କ ଶରୀରକୁ ଅନେକ ଖଣ୍ଡରେ ବିଭକ୍ତ କରିଥିଲା। ପରେ ଏହାକୁ ଖଣ୍ଡ ଖଣ୍ଡ କରି ଜରିରେ ପୁରାଇ ଜଙ୍ଗଲରେ ନେଇ ଫିଙ୍ଗିଥିଲା ।
୧୮ ମଇ ୨୦୨୨ ରେ ହୋଇଥିଲା ଶ୍ରଦ୍ଧାଙ୍କ ହତ୍ୟା –
ପୋଲିସ ତଦନ୍ତରୁ ଜଣାପଡିଥିଲା କି ୧୮ ମେ ୨୦୨୨ ସନ୍ଧ୍ୟା ୬.୩୦ ସମୟରେ ଶ୍ରଦ୍ଧାକୁ ହତ୍ୟା କରିଥିଲା କଂସେଇ ପ୍ରେମୀକ । ତେବେ ପ୍ରେମ ଆଉ ପ୍ରେମରୁ ଲିଭ୍ ଇନ୍ ତାପରେ ଏଭଳି ନିର୍ମମ ହତ୍ୟାକାଣ୍ଡ ପୁରା ଦିଲ୍ଲୀ ସହ ଭାରତରେ ଚାଞ୍ଚଲ୍ୟ ଖେଳାଇଥିଲା ।
ଏହିପରି ହତ୍ୟା ମାମଲାର ଖୁଲ।ସା ହୋଇଥିଲା –
ଶ୍ରଦ୍ଧା ୱାକରଙ୍କ ଜଣେ ବନ୍ଧୁ ତାଙ୍କ ପିତାଙ୍କୁ କହିଥିଲେ ଯେ ସେ ଦୀର୍ଘ ଦିନ ଧରି ଶ୍ରଦ୍ଧାଙ୍କ ସହ ଯୋଗାଯୋଗ କରିପାରିନଥିଲେ। ଏଭଳି ପରିସ୍ଥିତିରେ ଶ୍ରଦ୍ଧାଙ୍କ ବାପା ସନ୍ଦେହଜନକ ହୋଇ ମୁମ୍ବାଇ ପୋଲିସ ଷ୍ଟେସନରେ ତାଙ୍କ ଝିଅର ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ମୁମ୍ବାଇ ପୋଲିସ ପ୍ରେମୀକ ବା ଲିଭ ଇନ୍ ପାର୍ଟନର ଅଫତାବକୁ ଦୁଇଥର ପଚରାଉଚରା କରିବା ସହ ଶ୍ରଦ୍ଧାଙ୍କ କଲ୍ ବିବରଣୀ ମଧ୍ୟ ଯାଞ୍ଚ କରିଥିଲା।
ଏହି ସମୟରେ, ପ୍ରକାଶ ଯେ, ମଇ ୨୦୨୨ ରୁ ଶ୍ରଦ୍ଧାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା । ଯେତେବେଳେ ମୁମ୍ବାଇ ପୋଲିସ ଆଫ୍ଟାବ ଉପରେ ସନ୍ଦେହ ସୃଷ୍ଟି କଲା, ସେତେବେଳେ ଘଟଣା ସମ୍ପର୍କରେ ସୂଚନା ଦିଲ୍ଲୀର ମେହେରୁଲି ପୋଲିସ ଷ୍ଟେସନରେ ସେୟାର କରାଯାଇଥିଲା। ପରେ ଦିଲ୍ଲୀ ପୋଲିସ ଆଫ୍ଟାବଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା।
ଡେଟିଂ ଆପ୍ ଜରିଆରେ ଶ୍ରଦ୍ଧା-ଆଫତାବଙ୍କ ସାକ୍ଷାତ ହୋଇଥିଲେ
ମୁମ୍ବାଇରେ ଜନ୍ମିତ ଶ୍ରଦ୍ଧା ୱାକର ମାଲାଡର ଏକ ଇଣ୍ଟରନ୍ୟାସନାଲ କମ୍ପାନୀର କଲ୍ ସେଣ୍ଟରରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ସେ ଏକ ଡେଟିଂ ଆପ୍ ଜରିଆରେ ଅଫତାବ ଆମିନ ପୁନାୱାଲାଙ୍କୁ ଭେଟିଥିଲେ ଏବଂ ଦୁହେଁ ପ୍ରେମରେ ପଡ଼ିଥିଲେ । ତା’ପରେ ଦୁହେଁ ସମାନ କମ୍ପାନୀରେ କାମ କରିବା ଆରମ୍ଭ କରି ଲିଭ-ଇନ୍ ସମ୍ପର୍କ ରେ ରହିବାକୁ ଲାଗିଲେ। ତେବେ ଶ୍ରଦ୍ଧାଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରିଥିଲେ।
୨୦୨୨ ମସିହାରେ ଶ୍ରଦ୍ଧା ଏବଂ ଅଫତାବ ଦିଲ୍ଲୀ ଆସି ମେହେରାଉଲିର ଛତ୍ରପୁର ଅଞ୍ଚଳରେ ଏକ ଭଡା ଘରେ ଏକାଠି ରହିବାକୁ ଲାଗିଲେ। ଏହା ପରେ, ମେ ୨୦୨୨ ରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ ଅଫତାବ ଶ୍ରଦ୍ଧାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ତାଙ୍କ ଶରୀରକୁ ୩୫ ଖଣ୍ଡରେ କାଟି ଦେଇଥିଲା।
ଆଫ୍ଟାବ କଟା ଶରୀରର ଖଣ୍ଡଗୁଡ଼ିକୁ ଘର ଭିତରେ ଥିବା ରେଫ୍ରିଜରେଟରରେ ରଖିଥିଲା, ଯାହାଫଳରେ ମୃତ ଶରୀରର ଦୁର୍ଗନ୍ଧ ବିସ୍ତାର ନହୁଏ । ଏହା ପରେ ସେ ପ୍ରତିଦିନ ରାତି ପ୍ରାୟ ୨ ଟା ସମୟରେ ନିକଟସ୍ଥ ଜଙ୍ଗଲର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଙ୍କ ଶରୀର ଖଣ୍ଡଗୁଡ଼ିକୁ ଫିଙ୍ଗିଥିଲେ । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ମୃତ ଦେହର ଖଣ୍ଡଗୁଡ଼ିକୁ ମଧ୍ୟ ଉଦ୍ଧାର କରିଛି।