Pratidin TV

Odisha's Digital News Platform

ମହୁଆ ମୋଇତ୍ରାଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା

1 min read

ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ଥମିବାର ନାଁ ନେଉନି । ଗୋଟେ ପରେ ଗୋଟେ ମାମଲାରେ ସେ ଛନ୍ଦି ହୋଇଚାଲିଛନ୍ତି । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ବେଳେ ମହୁଆ ମୋଇତ୍ରାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ସିବିଆଇକୁ ଚିଠି ଲେଖି ତାଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି ଆଇନଜୀବୀ ଅନନ୍ତ ଦେହାଦ୍ରଇ । ସେ ଅଭିଯୋଗ କରିଛନ୍ତି ଯେ ମହୁଆ ତାଙ୍କ ଉପରେ ନଜର ରଖୁଛନ୍ତି । ଏପରିକି ମହୁଆ ମୋଇତ୍ରା ନିଜ ସମ୍ପର୍କୀୟଙ୍କ ଜରିଆରେ ତାଙ୍କ ଫୋନ ଟ୍ରାକ କରୁଥିବା ନେଇ ଓକିଲ ଅନନ୍ତ ଦେହାଦ୍ରୋଇ ଅଭିଯୋଗ ଆଣିଛନ୍ତି।

ଏନେଇ ସେ ଡିସେମ୍ବର ୨୯ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓ ସିବିଆଇକୁ ଚିଠି ଲେଖି ଜଣାଇଛନ୍ତି।ସୂଚନାଯୋଗ୍ୟ, ଅନନ୍ତ ଦେହାଦ୍ରୋଇ ସେହି ବ୍ୟକ୍ତି ଯିଏକି ମହୁଆଙ୍କ ବିରୋଧରେ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରୁଥିବା ଅଭିଯୋଗ ଆଣିଥିଲେ। ଚିଠିରେ ଦେହଦ୍ରାଇ କହିଛନ୍ତି, ‘ଟିଏମସି ନେତ୍ରୀ ତାଙ୍କ ଫୋନ ନମ୍ୱର ଜରିଆରେ ତାଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ଏଥିରେ ସେ କହିଛନ୍ତି ଯେ ମହୁଆ ପୂର୍ବରୁ ବି ଲୋକଙ୍କ କଲ୍ ଡିଟେଲ୍ସ ରେକର୍ଡ (ସିଡିଆର) ହାସଲ କରିବା ପାଇଁ ପଶ୍ଚିମବଙ୍ଗ ପୋଲିସର କିଛି ବରିଷ୍ଠ ଅଧିକାରୀଙ୍କ ସହ ନିଜ ସମ୍ପର୍କର ଦୁରୁପଯୋଗ କରିବାର ଇତିହାସ ରହିଛି’। ଦେହାଦ୍ରାଇ ଏହା ବି କହିଛନ୍ତି ଯେ ପୂର୍ବରୁ ଟିଏମସି ନେତା ୨୦୧୯ର ସୁହାନ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତିଙ୍କୁ ଟ୍ରାକ୍ କରୁଥିଲେ ।

Advertisement

Leave a Reply

Your email address will not be published. Required fields are marked *