Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି ବାହାର ରାଜ୍ୟର ନେତା: ଭିକେ ପାଣ୍ଡିଆନ

1 min read

ଟିଟଲାଗଡ଼ରେ ପ୍ରଚାର କରୁଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ସିଧାସଳଖ  କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କାର୍ତ୍ତିକ ପାଣ୍ଡିଆନ  କହିଛନ୍ତି, ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରୁଛନ୍ତି, ଟଙ୍କା ମଧ୍ୟ ବାଣ୍ଟୁଛନ୍ତି ଏହା ଠିକୂ ନୁହେଁ। ସେପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ଏପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି । ଏହାର ଆପଣମାନେ ଉଚିତ୍ ଜବାବ୍ ଦେବେ ।

ପାଣ୍ଡିଆନ  କହିଛନ୍ତି ,ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ କିନ୍ତୁ ସେମାନେ ୪୫ ହଜାର ଭୋଟରେ ହାରିଲେ । ସେହିପରି ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ଫଳରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ । ଯଦି ଏଠାରେ ଆଉ କେଉଁ ଦଳ ଜିତିବ ତେବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ । ସଏଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯିବା ସହ ୨.୫୦ କୋଟି ଟଙ୍କା ବିନିଯୋଗରେ ତୁଷୁରା ସମଲେଇ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିଛି । ଜଳସେଚନର ବିକାଶ ପାଇଁ ବହୁତ ପ୍ରକଳ୍ପ ନିର୍ମାଣ କରାଯାଇଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ।

Advertisement

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟର  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଟିଟଲାଗଡ ଆୟୋଜିତ ଜନସଭାରେ କହିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ । ଆସନ୍ତା ଜୁଲାଇ ମାସରୁ ଓଡ଼ିଶାର ୯୦  ପ୍ରତିଶତ ପରିବାରଙ୍କୁ ଆଉ ବିଜୁଳି ବିଲ୍  ଦେବାକୁ ପଡିବନି ବୋଲି ସେ କହିଛନ୍ତି । ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ ଏବଂ  ୬୦ ବର୍ଷ ପରେ ମିଶନ ଶକ୍ତି ମା ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ ବୋଲି ପାଣ୍ଡିଆନ କହିଛନ୍ତି ।

Leave a Reply

Your email address will not be published. Required fields are marked *