Pratidin TV

Odisha's Digital News Platform

ଜୀବନରେ ସଫଳ ହେବା ପାଇଁ ‘ନା ’ କହିବା ଶିଖନ୍ତୁ , ଜାଣନ୍ତୁ କେମିତି ସଠିକ୍ ଢଙ୍ଗରେ କହିବେ ନା ..

1 min read

ଭୁବନେଶ୍ୱର : ସାଧାରଣତ ଆଜିକା ଦୁନିଆରେ ଭଲମଣିଷ ମାନେ କୌଣସି କଥାକୁ ନା କହିପାରନ୍ତି ନାହିଁ । ଯାହାଦ୍ୱାରା ଅନେକ ସମୟରେ ସେମାନେ ତାଙ୍କର ଏହି ଗୁଣ ଯୋଗୁ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ନିଜର ଉତ୍ତମ ସ୍ୱାଭାବ ଏବଂ ନା ନକହିପାରୁଥିବାରୁ ଏଭଳି ଲୋକମାନଙ୍କ ଫାଇଦା ଅନେକ କ୍ଷେତ୍ରରେ ଉଠାନ୍ତି ।

ଯଦି ଆପଣମାନେ ନା କହିବା ନଶିଖିବେ ତେବେ ଏହା ଆପଣଙ୍କ ସାମର୍ଥ୍ୟ ଉପରେ ପ୍ରଭାବ ପକାଇବ । ଯଦି ତୁମେ ସମସ୍ତଙ୍କୁ ସବୁକାମରେ ହଁ ମାରିଚାଲିବ ତେବେ ତୁମପାଖକୁ ଗୋଟିଏ ପରେ ଗୋଟିଏ କାମ ଆସିବ । ଯାହ ଦ୍ୱାରା ତୁମେ ତୁ ନିଜ କାମ ପାଇଁ ମଧ୍ୟ ସମୟ ବାହାର କରିପାରିବ ନାହିଂ । ଖାଲି କାମ କାହିଁକି ଅନେକ କ୍ଷେତ୍ରରେ ଲୋକମାନେ ସାମ୍ନା ଲୋକର ମନ ନଭାଙ୍ଗିବା ପାଇଁ ତାର ପ୍ରତ୍ୟକ କଥାରେ ହଁ ଭରିଥାନ୍ତି । କିନ୍ତୁ ଏମିତି କରିବା ଦ୍ୱାରା ମଣିଷ ନିଜର ମୁଣ୍ଡରେ ମାନସିକ ଚାପ ବଢାଇଥାଏ । ନିଜକୁ ଟାଇମ ଦେଇପାରେନା । ନିଜ ପାଇଁ ସମୟ ବାହାର କରିବାକୁ ହେଲେ ଆମକୁ ଲୋକମାନଙ୍କୁ ମୁହଁ ଖୋଲି ନା କହିବା ଜରୁରୀ ।

ଏକ୍ସପର୍ଟ ମାନଙ୍କ ମତରେ କାହିଁକି କିଛି ଲୋକ ନା କହିପାରନ୍ତି ?
ଏକ୍ସପଟ ର୍ମାନଙ୍କ କହିବା ଅନୁଯାୟୀ ଅନେକ ଲୋକ ଯେକୌଣସି କଥାକୁ ବା କାମକୁ ଏଥିପାଇଁ ନା କହିପାରନ୍ତିନି । କାରଣ ସେମାନେ ଭାବନ୍ତି ଯେ ନା କହିବା ଦ୍ୱାରା ସାମ୍ନା ଲୋକ ରାଗିଯିବ ବା ମନଦୁଃଖ କରିବ କିମ୍ବା ସେ ଆମର ନା ଶୁଣିବା ଦ୍ୱାରା ଦୁଃଖି ହୋଇଯିବ ।

  • ସେହିଭଳି ଯଦି ଆମେ ପ୍ରୋଫେସନଲ ଲାଇଫ୍ ବା ଜବ୍ କ୍ଷେତ୍ରକୁ ଦେଖିବା ସେ କ୍ଷେତ୍ରରେ ଅଧିକାଂଶ ଲୋକ ଏଥିପାଇଁ ନା କହିପାରନ୍ତିନି କାରଣ ଭବିଷ୍ୟତକୁ ଯାଇ ଯଦି ସେମାନଙ୍କ ସହ କାମ କରିବାକୁ ପଡିବ ତେବେ ଆମେ ଏବେ କହିଥିବା ନା ସମ୍ପର୍କରେ ଫାଟକ ସୃଷ୍ଟିକରିବ । ଯାହା ଆଗକୁ ଆମ ଭବିଷ୍ୟତକୁ ବିପଦରେ ପକାଇପାରେ । କିନ୍ତୁ ଏସବୁ ପରେବି ଆମକୁ ସବୁବେଳେ ଗୋଟିଏ କଥା ମନେରଖିବାକୁ ହେବ ଯେ ସଫଳ ବ୍ୟକ୍ତି ନା କହିବା ଜାଣିଥିବା ଆବଶ୍ୟକ । ତାହେଲେ ଯାଇ ସେ ସଫଳତାର ଶୀଖର ଚଢିପାରିବ । ନଚେତ୍ ସେ ଲୋକମାନଙ୍କ ପ୍ରତ୍ୟକ କାର୍ଯ୍ୟକୁ ବା କଥାକୁ ମୁଣ୍ଡ ପାତି ହଁ ମାରୁଥିବା କାରଣରୁ ନିଜେ ପଛରେ ରହିଯିବ ।

  • ନା କହିବା କାହିଁକି ଜରୁରୀ – କିଛି ସଫଳ ବ୍ୟକ୍ତିଙ୍କ କହିବା ଅନୁଯାୟୀ , ମଣିଷକୁ ପ୍ରଥମେ ସଫଳ ହେବା ପାଇଁ ନା କହିବା ନିହାତି ଆବଶ୍ୟକ । ସେହିଭଳି ‘ଓପରା ବିନଫ୍ରଙ୍କୁ ଦୁନିଆର ସବୁଠୁ ଶ୍ରେଷ୍ଠ ସଫଳ ମହିଳା’ ଭାବେ ପରିଗଣିତ କରାଯାଏ । ତାଙ୍କ କହିବା ଅନୁଯାୟୀ ଆଜି ଯଦି ସେ ଏଭଳି ସଫଳତାର ପାହାଚ ଚଢିପାରିଛନ୍ତି । ତେବେ କେବଳ ନା ଶିଖିବାଦ୍ୱରା । କାରଣ ସେ ବି ଦିନେ ସମସ୍ତଙ୍କ କଥାରେ ହଁ ମାରିଦେଉଥିଲେ । ତାଙ୍କୁୁ ଯିଏ ଯାହ କହୁଥିଲା ସେ କାହକୁ ମନା କରିପାରୁନଥିଲେ । କିନ୍ତୁ ବାସ୍ତବତାକୁ ଜାଣିବା ପରେ ସେ ନିଜର ସଫଳତା ପାଇଂ ନାଁ କହିବାକୁ ବାଧ୍ୟ ହୋଇଥିଲେ ।
    ଆଉ ଜଣେ ଦୁନିଆର ସବୁଠାରୁ ବଡ ଧନୀ ଲୋକମାନଙ୍କ ଲିଷ୍ଟରେ ସାମିଲ ଥିବା ‘ୱାରେନ୍ ବଫେଟ୍‌’ ବି ଏହି ଦାବା କରିଛନ୍ତି ଯେ ଆମକୁ ସଫଳତାର ପାହାଚ ଚଢିବାକୁ ହେଲେ ଲୋକମାନଙ୍କୁ ନାଁ କହିବା ଆବଶ୍ୟକ ।

କେମିତି କହିବେ ନାଁ – ସଫଳତା ଆଉ ଚାପ, ଚିନ୍ତା ମୁକ୍ତ ଜୀବନ ପାଇଁ ନା କହିବା ନିହାତି ଜରୁରୀ କିନ୍ତୁ ଆମେ ଏମିତି ଭାବରେ ନା କହିବା ଆବଶ୍ୟକ ଯାହା ଦ୍ୱାରା ସାମ୍ନା ବାଲା ଆମକୁ ଖରାପ ନଭାବି ଆମ ପରିସ୍ଥିତିକୁ ବୁଝିପାରିବ ।

୧- ଆପଣ ସେତେବେଳେ କାହାକୁ ନା କହିପାରିବେ ଯେତେବେଳେ ନିଜର ମୂଲ୍ୟବାନ ସମୟକୁ ଜାଣିପାରିବେ । ତାକୁ ଅଜଥା ଅନ୍ୟମାନଙ୍କ କାମରେ ନଲଗାଇ ନିଜ କାମରେ ବିନିଯୋଗ କରିବେ । ଏହାଦ୍ୱରା ଆପଣ ନିଜ କାମରେ ବ୍ୟସ୍ତ ରହିବେ ଏବଂ ଯେଉଁମାନେ ତୁମ ନିକଟକୁ କାମ ନେଇ ଆସୁଥିବେ ତାକୁ ଅତି ସହଜରେ ନା କହିପାରିବେ । ତୁମ ପାଖରେ ପୂର୍ବରୁ ତୁମ ନିଜ କାମ ପେନଡିଙ୍ଗ୍ ପଡିଥିବାର ଦେଖି ଅନେକ ସେହି ସ୍ଥାନରୁ ହିଁ ଫେରିଯିବେ । ଏହାଛଡା ତୁମ ପାଖରେ ଆଗରୁ ହିଁ ଏତେଗୁଡିଏ କାମ ଅଛି ଏଥିପାଇଁ ତୁମେ ତା ସାହାର୍ଯ୍ୟ କରିପାରୁନାହଁ । ଯାହା ଦ୍ୱାରା ତାକୁ ଖରାପ ମଧ୍ୟ ଲାଗିବନି ଆଉ ତୁମକୁ ଧିରେ ଧିରେ ନା କହିବା ବି ଆସିଯିବ ।

୨- ନିଜର ପ୍ରାଥମିକତାକୁ ଗୁରୁତ୍ୱଦିଅ । ତୁମେ ତୁମ ନିଜ କାମରୁ ଅଳ୍ପ ସମୟ ବଞ୍ଚାଇ ନିଜର ଅନ୍ୟ କାମକୁ ସେହି ସମୟରେ ବିନିଯୋଗ କରିବାକୁ ଚାହୁଁ ଛ । କିନ୍ତୁ ଯଦି କେହି ତୁମର ସେହି ବଞ୍ଚିଥିବା ସମୟରେ କାମ ନେଇ ଆସିବ । ତେବେ ତୁମେ ନିଜ ପାଇଂ ବଞ୍ଚାଇଥିବା ସମୟ ନଷ୍ଟ ହୋଇଯିବ ।

୩- ନା କହିବା ପାଇଁ ପୂର୍ବରୁ ସରୀ କୁହନ୍ତୁ ନାହିଁ । ପ୍ରାୟତଃ ଦେଖାଯାଏ କି ଲୋକମାନେ କିଛି କଥାକୁ ମନାକରିବା ବା ନା କରିବା ପୂର୍ବରୁ ପ୍ରଥମେ ସରୀରୁ ଆରମ୍ଭ କରନ୍ତି । ତୁମେ ତୁମ ନିଜ ସମୟକୁ ଅନ୍ୟ ଉପରେ ଖର୍ଚ୍ଚ କରିବା ପାଇଁ ପ୍ରଥମରୁ କ୍ଷମା ମାଗିବା କିଛି ଆବଶ୍ୟକ ନାହିଁ । ଏମିତି କହିବା ଦ୍ୱାରା ତୁମେ ନିଜ ସାମ୍ନାରେ ହିଁ ଦୋଷୀ ପାଲଟିଯାଉ । ପ୍ରକୃତରେ କିଛି ନକରି ତୁମେ କ୍ଷମା କାହିଁକି ମାଗିବ । ଶାନ୍ତ ସ୍ୱରରେ ସାମ୍ନା ଲୋକଙ୍କୁ ନିଜର ନା ଶୁଣାଇପାରିବା।

୪- ଅଫିସରେ କେମିତି କହିବେ ନା – ନିଜ କ୍ୟାରିୟରରେ ସମସ୍ତେ ଆଗକୁ ବଢିବାକୁ ଚାହାନ୍ତି । ଏମିତି ପରିସ୍ଥିତିରେ କାର୍ଯ୍ୟ ସ୍ଥଳିରେ ନା କହିବା କଷ୍ଟକର ଲାଗିଥାଇ । ଅଫିସରେ ଆମକୁ ଏମିତି ଲାଗେ କି ଯଦି ଆମେ ଆମ ସିନିୟରଙ୍କୁ କୌଣସି କାର୍ଯ୍ୟରେ ନା କହୁଛେ ତେବେ ତାଙ୍କ ସାମ୍ନାରେ ଆମ ଇମ୍ପ୍ରେସନ ବା ଇମେଜ୍ /ଛବି ଖରାପ୍ ହେବା କିନ୍ତୁ ଏମିତି ହୁଏନି ଯଦି ଅଫିସରେ ଆମେ ସଠିକ୍ ଢଙ୍ଗରେ ନା କହିବା ତେବେ ସାମ୍ନାରେ ଥିବା ବ୍ୟକ୍ତି ବା ଆମ ସିନିୟର ମାନେ ଆମ ନା କୁ ବୁଝିପାରିବେ । ଯଦି ଅଫିସରେ ସିନିୟର ଗୋଟିଏ ପରେ ଗୋଟିଏ କାମ ଲଦି ଚାଲିଛନ୍ତି । ତେବେ ଖୋଲାଖୋଲି ଭାବେ ସେମାନଙ୍କୁ କୁହନ୍ତୁ ଯେ ଆପଣଙ୍କ ପାଖରେ ପୂର୍ବରୁ କାମ ଅଛି ଯଦି ତାଉପରେ ତାଉପରେ ଏତେସବୁ କାମ ଲଦା ଯିବ ତାହାହେଲେ ଏହା ସିଧା ତୁମ ସାମର୍ଥ୍ୟ ଉପରେ ପ୍ରଭାବ ପକାଇବ । ତାସହ ତୁମ କାମକରୁଥିବା ବେଗ ବା ସ୍ପିଡ୍‌କୁ ହ୍ରାସ କରାଇବ ।

Leave a Reply

Your email address will not be published. Required fields are marked *