Pratidin TV

Odisha's Digital News Platform

ଓଡିଶାରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଆଗାମୀ ୪ଦିନ ଶୁଖିଲା ରହିବ ପାଗ..

1 min read

ଭୁବନେଶ୍ୱର : ଫେରିଗଲା ମୌସୁମୀ । ଏଥର ଆଉ ଦୂର୍ଗା ପୂଜାରେ କାଚିବ ନି ବର୍ଷା । କାରଣ ଓଡିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ । ଆଜି ଠାରୁ ଓଡିଶାରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ବିଜ୍ଞାନୀ ଡକ୍ତର ଏଚ.ଆର ବିଶ୍ୱାସଙ୍କ କହିଛନ୍ତି ଯେ ଆଗାମୀ ୪ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନ ହେବ ନାହିଁ । ମୌସୁମୀ ଫେରି ଯିବା ନେଇ ରାଜ୍ୟବାସୀ ଆନନ୍ଦରେ ପୂଜାର ମଜା ଉଠାଇ ପାରିବେ ।

Advertisement

Leave a Reply

Your email address will not be published. Required fields are marked *