Pratidin TV

Odisha's Digital News Platform

  ଦିନ ଗଡୁଛି ଯୁଦ୍ଧ ବଢ଼ୁଛି : ବନ୍ଦ ହେଲା ବିମାନ ଚଳାଚଳ!

1 min read

ଦିନ ଗଡୁଛି ଏପଟେ ଯୁଦ୍ଧ ବଢୁଛି । ଏପଟେ ଲେବାନନରେ  ତାଣ୍ଡବ ରଚୁଛି ତାଇୱାନ। ଯାହାକୁ ନେଇ ଏବେ ଭୟଭୀତ ହୋଇପଡିଛନ୍ତି   ୟୁଏଇ ବାସୀ । ସେପ୍ଟେମ୍ବର ୧୭ରେ ଲେବାନନର ରାଜଧାନୀ ବେରୁଟ ସମେତ ଅନେକ ସ୍ଥାନରେ ପେଜରରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିଭିନ୍ନ ସ୍ଥାନରେ ଏକକାଳୀନ ୫୦୦୦ ପେଜର୍‌ ଅଧିକ ବିସ୍ଫୋରଣ ହୋଇଥିଲା । ଏଥିରେ ୩୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ଇରାନ ସମର୍ଥିତ ଗୋଷ୍ଠୀ ହେଜ୍‌ବୋଲ୍ଲା ଏବଂ ଇରାନର ଲେବାନନ୍‌ରେ ଥିବା ରାଷ୍ଟ୍ରଦୂତ ମଧ୍ୟ ଆହତ ହୋଇଥିଲେ ।

ଏହି ବିସ୍ଫୋରଣ ପରେ ୟୁଏଇ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଚେକ୍‌ ଇନ୍‌ କିମ୍ବା କ୍ୟାବିନ୍‌ ବ୍ୟାଗ୍‌ରେ ପେଜର୍‌ ଏବଂ ଓ୍ବାକି ଟକି ନେବାକୁ ବାରଣ କରିଛି। ଜାରି ବିବୃତ୍ତିରେ କୁହାଯାଇଛି, ଯଦି କୌଣସି ଯାତ୍ରୀଙ୍କ ସହ ପେଜର୍‌ ଏବଂ ଓ୍ବାକି-ଟକି ମିଳେ ତେବେ ସେମାନଙ୍କୁ ଦୁବାଇ ପୋଲିସ ଜବତ କରିବ।

Advertisement

ପେଜର୍‌ ଏବଂ ଓ୍ବକି-ଟକି ଲେବାନନରେ ବିସ୍ଫୋରକ ସାମଗ୍ରୀ ପରେ ଲେବାନନର ବେରୁଟ୍‌-ରାଫିକ ହରିରି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାଉଥିବା ଯାତ୍ରୀମାନଙ୍କୁ ସମସ୍ତ ବିମାନରେ ପେଜର୍‌ ଏବଂ ଓ୍ବାକି ଟକି ନେବାକୁ ବାରଣ କରାଯାଇଥିଲା। ଏହା ସହିତ ୟୁଏଇ ଏବଂ ଲେବାନନ୍‌ ମଧ୍ୟରେ ବର୍ତ୍ତମାନ କୌଣସି ବିମାନ ଚଳାଚଳ ହେଉନାହିଁ ।

 ଏହା ବ୍ୟତୀତ ସମସ୍ତ ବିମାନକୁ ଅକ୍ଟୋବର ୮ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏଥିସହିତ ଅକ୍ଟୋବର ୫ ପର୍ଯ୍ୟନ୍ତ ଇରାକ୍‌ (ବସ୍ରା ଏବଂ ବାଗଦାଦ), ଇରାନ (ତେହେରାନ) ଏବଂ ଜୋର୍ଡାନ (ଅମାନ)କୁ ନିୟମିତ ବିମାନ ଚଳାଚଳ ବାତିଲ କରାଯାଇଛି। ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଇରାକ, ଇରାନ ଏବଂ ଜୋର୍ଡାନକୁ ବିମାନ ଚଳାଚଳ ବନ୍ଦ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *