Pratidin TV

Odisha's Digital News Platform

୭ଘଣ୍ଟା କଲେଜରେ ରହିବା ଅଧ୍ୟାପକଙ୍କ ପାଇଁ ହେଲା ବାଧ୍ୟତାମୂଳକ

ଭୁବନେଶ୍ୱର : କଡ଼ାକଡି ହେବ ଅଧ୍ୟାପକଙ୍କ ଉପସ୍ଥାନ । ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ ଓ ଶୃଙ୍ଖଳିତ ହେବ । ଡିଗ୍ରୀ କଲେଜ ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟତାମୂଳକ ଅଟେ । ଏଥିପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କଡାକଡି କରାଯିବ । ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏହା କରାଯାଇଛି ବୋଲି ବିଧାନସଭାରେ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଦୈନିକ ୭ ଘଣ୍ଟାର ମାସିକିଆ ରିପୋର୍ଟ ରଖିବ ଉଚ୍ଚଶିକ୍ଷା ବିଭାଗ । ସେହିପରି ଶିକ୍ଷାର୍ଥୀଙ୍କ ଉପସ୍ଥାନ ୭୫% ର ବି ତଥ୍ୟ ରଖିବ । ୭୫% ଉପସ୍ଥାନରୁ କମ ଶିକ୍ଷାର୍ଥୀଙ୍କ ତଥ୍ୟ ବି ରଖାଯିବ ।

ଏମସିଏଲ ପକ୍ଷରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ୟୁପିଏସି ପ୍ରଶାସନିକ ସେବା ଲାଗି କୋଚିଂ ଦିଆଯିବ । ଆଇଏଏସ ଓ ଓଏଏସ ଅଫିସରମାନେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ମୋଟିଭେଟ୍ କରିବାକୁ ଯୋଜନା କରାଯାଇଛି ବୋଲି ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ।ଅନ୍ୟପଟେ ରାଜ୍ୟରେ ନୂଆ ଡିଗ୍ରୀ କଲେଜ ନଖୋଲିବାକୁ ଓ ସିଟ ନ ବଢାଇବାକୁ ଗତ ୧୬ ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *