Pratidin TV

Odisha's Digital News Platform

ଏଲ୍‌ଇଡି ଟିଭି ଫାଟି ନାବାଳକ ମୃତ, ୩ ଗୁରୁତର ଆହାତ

1 min read

ନୂଆଦିଲ୍ଲୀ : ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ ! ତେବେ ଏହି ଘଟଣାଟିକୁ ପଢି ସତର୍କ ରୁହନ୍ତୁ । ଗ୍ୟାସ୍ ନୁହେଁ ବରଂ ଫାଟିଛି ଏଲଇଡି ଟିଭି । ଯେଉଁଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଘଟଣାଟି ଉତ୍ତର ପ୍ରଦେଶର ଗାଜିଆବଦର । ମୃତ ନାବାଳକ ଜଣଙ୍କ ହେଊଛନ୍ତି ଓମେନ୍ଦ୍ର (୧୬) ।

ଗତକାଲି ଓମେନ୍ଦ୍ର ,ମାଁ, ମାଉସୀ ଏବଂ ତାଙ୍କର ଜଣେ ବନ୍ଧୁ କରନ ଘରେ ବସି କଥା ହେଉଥିଲେ । ଏହି ସମୟରେ ଘରେ ଲାଗିଥିବା ଏଲଇଡି ଟିଭିଟି ହଠାତ୍ ଗ୍ୟାସ୍ ସିଲିଣ୍ଡର ଫାଟିଲା ପରି ଫାଟିଯାଇଥିଲା । ପଡୋଶୀମାନଙ୍କ କହିବା ଅନୁଯାୟୀ ଏଭଳି ଭୟଙ୍କର ଶବ୍ଦ ଶୁଣି ସେମାନେ ଦୈଡି ଆସି ଦେଖିଲା ବେଳକୁ ଓମେନ୍ଦ୍ରଙ୍କ ଘରୁ ଜୋରରେ ଧୂଆଁ ବାହାରିବା ସହ ଘରର ଗୋଟେ କାନ୍ଥ ମଧ୍ୟ ଭୂଷୁଡି ପଡିଥିଲା । ସାହସ କରି ଘର ଭିତରକୁ ଯାଇ ଦେଖନ୍ତିତ ଓମେନ୍ଦ୍ରଙ୍କ ବେକ,ମୁହଁ ଏବଂ ଛାତିରେ ଏଲଇଡି ଫାଟି ବାହାରିଥିବା କାଚ ଗୁଡିକ ଫୁଟି ରହିଛି । ଆଉ ପ୍ରାୟ ସମସ୍ତେ ଗୁରୁତର ଅବସ୍ଥାରେ ପଡିଥିଲେ । ଏହା ଦେଖି ତୁରନ୍ତ ପଡୋଶୀମାନେ ଆମ୍ବୁଲାନ୍ସ ସାହାର୍ଯ୍ୟରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଅଡି ଦୁଖର କଥା ଚିକିତ୍ସାଧିନ ଅବସ୍ଥାରେ ହିଂ ଓମେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା । ଏବଂ ଓମେନ୍ଦ୍ରଙ୍କ ମା’ ଓ ସାଙ୍ଗ କରଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ତାଙ୍କ ପିଉସୀଙ୍କୁ ଚିକିତ୍ସା ପରେ ହସ୍ପିଟାଲ୍ରୁ ଛାଡ଼ି ଦିଆଯାଇଛି।

Advertisement

ଗାଜିବାଦ ପୋଲିସ ଅଫିସର ଜ୍ଞାନେନ୍ଦ୍ର ସିଂ ଙ୍କ କହିବା ଅନୁଯାୟୀ ପୋଲିସ ଏହି ଗଟଣାର କଡା ତଦନ୍ତ କରିବ । କାହିଁକି ଏହି ଟିଭିଟି ଫାଟିଲା ସେ ଦିଗକୁ କେନ୍ଦ୍ର କରି ଏହି ଘଟଣାର ତଦନ୍ତ ଆରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *