କପିଲଙ୍କ କମେଡି ପାଇଁ ସଲମାନଙ୍କୁ ଗଲା ଲିଗାଲ ନୋଟିସ
1 min readକପିଲ ଶର୍ମା ଶୋ ଦେଖିବାକୁ ସମସ୍ତେ ପସନ୍ଦ କରିଥାନ୍ତି | ଏବେ ଏହି ଶୋ ନେଟଫ୍ଲିକ୍ସ ରେ ଦେଖିବାକୁ ମିଳିଛି | କିନ୍ତୁ ନିକଟରେ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋକୁ ନେଇ ଏକ ବିବାଦ ଦେଖାଦେଇଛି | ଏହି ବିବାଦ ମଧ୍ୟରେ କୌଣସି ସମ୍ପର୍କ ନଥାଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନାମରେ ମଧ୍ୟ ଆସିଛି |
ସୂଚନା ଅନୁଯାୟୀ, କପିଲ ଶର୍ମାଙ୍କ ଶୋରେ କପିଲ ଏକ ଏପିସୋଡରେ ରବିନ୍ଦ୍ରନାଥ ଟାଗୋରଙ୍କ ଉପରେ
କବିତାକୁ ନେଇ ଥଟ୍ଟା କରିଥିଲେ । ଯାହାକୁ ନେଇ ବଙ୍ଗାଳି କମ୍ପ୍ୟୁନିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହାକୁ ନେଇ ବଙ୍ଗୀୟ ଭାଷୀ ମହାଭାଷା ଫାଉଣ୍ଡେସନ କପିଲ ଶର୍ମାଙ୍କୁ ନୋଟିସ ପଠାଇଛନ୍ତି। କିଛି ରିପୋର୍ଟ ଅନୁଯାୟୀ ସଲମାନଙ୍କ ପାଖକୁ ବି ଏହି ନୋଟିସ ପଠାଯାଇଛି।
ତେବେ ସଲମାନ ଖାନଙ୍କ ଦଳ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ସଲମାନ ଖାନ କିମ୍ବା ଏସ.କେ.ଟି.ଭି ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ ସହ ଜଡିତ କୌଣସି ଆଇନଗତ ନୋଟିସ ପାଇ ନାହାଁନ୍ତି ଏବଂ ଏହି ଶୋ ସହ ଆମର କୌଣସି ସମ୍ପର୍କ ନାହିଁ। ଏହି ବିବୃତ୍ତି ମାଧ୍ୟମରେ ସଲମାନ ସମସ୍ତ ଗୁଜବକୁ ଶେଷ କରିବାକୁ ଚେଷ୍ଟା କରିଛନ୍ତି।