Pratidin TV

Odisha's Digital News Platform

ଦ୍ଵିତୀୟ ସନ୍ତାନର ଜନ୍ମ ପରେ , ମୁସୱୋଲାଙ୍କ ପରିବାରକୁ ଲିଗାଲ ନୋଟିସ୍ ..

1 min read

ସିଦ୍ଧୁ ମୁସୱୋଲା ପରିବାରକୁ ଲିଗାଲ ନୋଟିସ୍ ପଠାଇଲେ ପଞ୍ଜାବ ସରକାର । ସିଦ୍ଧୁ ମୁସେୱାଲାଙ୍କ ହରାଇବା ପରେ ଏବେ ପୁଣି ଥରେ ପିତା ମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବାଲ କୌର ଏବଂ ଚରଣ ସିଂ କୌର । ହେଲେ ପୁଅ ଜନ୍ମ ହେବାର ଖୁସି ପାଳନ କରିବା ପୂର୍ବରୁ ସେମାନଙ୍କ ପରିବାର ପାଇଁ ଆସିଛି ଏକ ବଡ ସମସ୍ୟା । ସୂଚନାଯୋଗ୍ୟ, ମୁସେୱାଲାଙ୍କ ମାତା ଚରଣ କୌର ୫୮ବର୍ଷ ବୟସରେ ଇନ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ସାହାଯ୍ୟରେ ଏକ ସନ୍ତାନ ଜନ୍ମ ଦେଇଥିଲେ । ହେଲେ ଦେଶରେ ଆଇଭିଏଫ ପାଇଁ ସର୍ବାଧିକ ବୟସ ସୀମା ୫୦ବର୍ଷ ନିର୍ଧାରଣ କରାଯାଇଛି , ଚରଣ କୌର ବିଦେଶରୁ ଏହି କୌଶଳ ମାଧ୍ୟମରେ ଗର୍ଭବତୀ ହୋଇଥିଲେ । ବର୍ତ୍ତମାନ ଏହି ପ୍ରସଙ୍ଗରେ ପରିବାର ସଦସ୍ୟଙ୍କୁ ଏକ ଆଇନଗତ ନୋଟିସ ପଠାଇବା କଥା ସାମ୍ନାକୁ ଆସିଛି ।

ପଞ୍ଜାବର ସରକାରୀ କର୍ମଚାରୀମାନେ ତାଙ୍କୁ ହଇରାଣ କରୁଛନ୍ତି ଏବଂ ନବଜାତ ଶିଶୁଟି ଆଇନଗତ କି ବୋଲି ତାଙ୍କୁ ପଚରାଉଚରା କରୁଥିବା ସୁସେୱାଲାଙ୍କ ପିତା ବାଲକୌର ସିଂ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ବାଲକୌର ସିଂ କହୁଛନ୍ତି ଯେ ୱାହେଗୁରୁଙ୍କ ଆଶୀର୍ବାଦରେ ଆମେ ଆମର ଶୁଭଦୀପଙ୍କୁ ଫେରାଇ ଆଣିଛୁ, କିନ୍ତୁ ସରକାର ଆମକୁ ଅସୁବିଧାରେ ପକାଉଛନ୍ତି ଏବଂ ସେମାନେ ଶିଶୁ ସହ ଜଡିତ ଦସ୍ତାବିଜ ଉପସ୍ଥାପନ କରିବାକୁ କହୁଛନ୍ତି । ପିଲାଟି ଆଇନଗତ କି ନୁହେଁ ତାହା ପ୍ରମାଣ କରିବାକୁ ସେମାନେ କହୁଛନ୍ତି । ମା’ ଏବଂ ଶିଶୁର ଚିକିତ୍ସା ଶେଷ ହେବାକୁ ଅନୁମତି ଦେବାକୁ ସେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଅନୁରୋଧ କରିଥିଲେ ଏବଂ ତା’ପରେ ସେ ତାଙ୍କର ନିୟମ ପାଳନ କରିବେ ଏବଂ ସମସ୍ତ ପ୍ରଶ୍ନର ଉତ୍ତର ଦେବେ । ସେ କହିଛନ୍ତି ଯେ ଆଇଭିଏଫ ପ୍ରକ୍ରିୟା ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯାଇଛି ଏବଂ ସେ ଦଲିଲ ମଧ୍ୟ ଦାଖଲ କରିବେ ।

Advertisement

Leave a Reply

Your email address will not be published. Required fields are marked *