Pratidin TV

Odisha's Digital News Platform

ସ୍କୁଲ ଭିତରେ ପଶିଗଲା ବାଘ, ଆତଙ୍କିତ ଶିକ୍ଷକ -ଶିକ୍ଷୟତ୍ରୀ …

ସ୍କୁଲ ଭିତରେ ଥିଲେ ଶିକ୍ଷକ ।  ଠିକ ଏହି ସମୟରେ ସ୍କୁଲ ଭିତରକୁ ପଶି ଆସିଲା ବାଘ । ଯାହାକୁ ଦେଖିବା ପରେ ଚାରିଆଡ଼େ ଖେଳିଗଲା ଆତଙ୍କ ।   ଭାଗ୍ୟବଶଃତ ସେହିସମୟରେ ସ୍କୁଲରେ ଛାତ୍ରଛାତ୍ରୀମାନେ ନଥିଲେ ଯେଉଁ କାରଣରୁ ଶିକ୍ଷକମାନେ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ଏପରି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବିଜନୌରର ହଲଦୌର ପ୍ରାଥମିକ ବିଦ୍ୟାଳୟରେ । ଘଟଣା ଦିନ ଲଗାଣ ବର୍ଷା ହେତୁ ପିଲାମାନଙ୍କର ଜଲଦି ଛୁଟି ହୋଇ ଯାଇଥିଲା। ମାତ୍ର ଉକ୍ତ ସମୟରେ ହଠାତ୍‌ ସ୍କୁଲରେ ଏକ ବାଘ ପଶି ଯାଇଥିଲା। ବାଘର ଗର୍ଜନ ଶୁଣି ଶିକ୍ଷକଶିକ୍ଷୟିତ୍ରୀମାନେ ନିଜେ ଥିବା ରୁମ୍‌ର କବାଟ ଦେଇଦେଇଥିଲେ।

ଏହାପରେ ବାଘଟି ସବୁ ରୁମ୍‌ କବାଟ ପାଖକୁ ଯାଇ ଗର୍ଜନ କରି ଠେଲିବାକୁ ଚେଷ୍ଟା କରିଥିଲା। ଏହାଶୁଣି ଶିକ୍ଷକଶିକ୍ଷୟିତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ।ଚିତାବାଘ ପଜାନିଆର ଇସାପୁର ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ କରିଥିଲେ। ବାଘ ଗର୍ଜନ ଶୁଣି ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକମାନେ ରୁମ୍‌ରେ ପ୍ରବେଶ କରିଥିଲେ। ସୌଭାଗ୍ୟବଶତଃ ବର୍ଷା ହେତୁ ଛାତ୍ରଛାତ୍ରମାନେ ସ୍କୁଲକୁ ଆସି ନ ଥିଲେ। ଏହି କାରଣରୁ ଏକ ବଡ଼ ଦୁର୍ଘଘଟଣାକୁ ଏଡ଼ାଇ ଦିଆଯାଇଥିଲା। ଶୁକ୍ରବାର ବର୍ଷା ହେତୁ ଇସାପୁର ଗ୍ରାମରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକମାନଙ୍କୁ ଡକାଯାଇଥିଲା। ସକାଳେ ସେମାନେ ଚିତାବାଘ ଗର୍ଜନ ଶୁଣି ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ରୁମ୍‌ ଭିତରେ ପଶି କବାଟ ବନ୍ଦ କରିଦେଇଥିଲେ। ଫଳରେ ସ୍କୁଲ ପରିସରରେ ଚିତାବାଘ ଘୁରି ବୁଲୁଥିବା ଦେଖାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି, ଗତ ତିନି ଦିନ ଧରି ବିଦ୍ୟାଳୟ ପରିସରରେ ଚିତାବାଘଙ୍କ ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାର ଖବର ପାଇ ଗ୍ରାମବାସୀମାନେ ଆସିଥିଲେ ପରେ ସେହି ବାଘକୁ ଜଙ୍ଗଲ ଆଡକୁ ଘଉଡ଼ାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *