ଲିବ୍ୟାରେ ଗମ୍ଭୀର ହେଉଛି ସ୍ଥିତି, ମୃତ୍ୟୁ ସଂଖ୍ୟା ୨୦ ହଜାର ପାର..
1 min read
ଡେର୍ନା: ଲିବ୍ୟାରେ ପ୍ରକୃତିର ତାଣ୍ଡବ । ଭୁୟଙ୍କର ରୂପ ନେଲା ସୁନାମୀ ଭଳି ବନ୍ୟା । ସାମୁଦ୍ରିକ ଝଡ ଯୋଗୁଁ ଏକ ଶକ୍ତିଶାଳୀ ବନ୍ୟା଼ ଦ୍ୱାରା ପ୍ରବାହିତ ଡ୍ୟାମ୍ ଭାଙ୍ଗି ଯାଇ ନଦୀ କୂଳକୁ ଖସିପଡିଥିଲା । ଯାହା ଫଳରେ ପୁରା ସହର ସମୁଦ୍ରରେ ମିଶିଯାଇଥିିଲା । ।ଏଥିିରେ ଅନେକ ଲୋକ ନିଖୋଜ ହୋଇଥିବା ହୋଇଥିିଲେ । ତେବେ ଏହି ପ୍ରକୃତିକ ଦୁର୍ବିପାକରେ ପାଖାପାଖି ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି । ସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଡେର୍ନା ସହରର ରାସ୍ତା ଘାଟରେ ଲୋକଙ୍କ ଶବ ପଡିରହିଥିବା ବେଳେ ସମୁଦ୍ର ମୃତଦେହ ଭାସି ଆସି କୂଳରେ ଲାଗୁଛି ।
ରବିବାର ରାତିରେ ଲୋକେ ଶୋଇଥିବା ବେଳେ ଏହି ଶକ୍ତିଶାଳୀ ବନ୍ୟା ପାଣି ମାଡି ଆସିଥିଲା । ଫଳରେ ଲୋକେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଥିିଲେ । ଜୋରସୋରରେ ବନ୍ୟା ପାଣୀ ପ୍ରବାହିତ ହୋଇ ପୁରା ସହରକୁ ଦୁଇଭାଗ କରି ବହୁ ମହଲା ବିଶିଷ୍ଟ ଅଟ୍ଟାଳିକାକୁ ସମୁଦ୍ରରେ ନିକ୍ଷେପ ହୋଇଥିଲା । ଏକ ରିପୋର୍ଟ ଅନୁଯାୟୀ ଏବେବି ହଜାର ହଜାର ଲୋକେ ନିଖୋଜ ରହିଛନ୍ତି । ଏପର୍ଯ୍ୟନ୍ତ ଦିଆଯାଇଥିବା ମୃତ୍ୟୁସଂଖ୍ୟା ଭିନ୍ନ ଭିନ୍ନ ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।