Pratidin TV

Odisha's Digital News Platform

କଲେଜ ବାହାରେ ଅର୍ଚ୍ଚନାକୁ ମିଳିଲା ହତ୍ୟା ଧମକ , କହିଲେ ମୁଁ ସତ୍‌ରେ ଅଛି ଡରିବି କାହିଁକି ?

ଭୁବନେଶ୍ୱର ; ହନିଟ୍ରପ୍ , ବ୍ଲାକମେଲିଂ ଓ ମନିଲଡରିଂ କେସରେ ଦୀର୍ଘ ୧୪ ମାସ ପରେ ବାହାରିଛନ୍ତି ଅର୍ଚ୍ଚନା ନାଗ୍ । ତେବେ ଜେଲରୁ ବାହାରୁ ବାହରୁ ଆରମ୍ଭ ହୋଇଯାଇଛି ଅର୍ଚ୍ଚନାଙ୍କ ଆଇନ୍ ପରୀକ୍ଷା । ଅର୍ଚ୍ଚାନ କ୍ୟାପିଟାଲ ‘ଲ’ କଲେଜର ଛାତ୍ରୀ ହୋଇଥିବା ବେଳେ ତାଙ୍କ ସେମିଷ୍ଟାର ପାଇଁ ସ୍ୱାମୀଙ୍କ ସହ ସବୁଦିନ କଲେଜ ଯାଉଛନ୍ତି । କିନ୍ତୁ ହଠାତ୍ ଆଜି ଅର୍ଚ୍ଚନା କଲେଜ୍ ବାହାରେ ଗାଡିରୁ ଓହ୍ଲାଇବା ବେଳେ କିଛି ଯୁବକ କଲେଜ ବାହାରେ ତାଙ୍କୁ ହତ୍ୟା ଧମକ ଦେଇଥିବା କହିଛନ୍ତି ଅର୍ଚ୍ଚନା। ଏଥିସହ ମିଥ୍ୟା କେସରେ ଫସାଇଦେବାକୁ ବି ଚେତାବନୀ ଦେଇଛନ୍ତି।

ପରୀକ୍ଷା ଶେଷ ପରେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇ ଅର୍ଚ୍ଚନା କହିଛନ୍ତି, ମୁଁ ଆଜି ପରୀକ୍ଷା ଦେବାକୁ ଆସୁଥିବା ବେଳେ ୨ ଅଜଣା ଯୁବକ ମୋତେ ଧମକ ଦେଇଛନ୍ତି । ମୁଁ ଜେଲ୍ରୁ ବାହାରିବା ବେଳେ ଶାନ୍ତିରେ ରହିବାକୁ ଚାହୁଁଛି ବୋଲି କହିଥିଲି। ମାତ୍ର ମୋର ଉନ୍ନତିକୁ ବହୁ ଲୋକ ସହି ନ ପାରି ଏପରି କାମ କରୁଛନ୍ତି।ହେଲେ ମୁଁ ଡରିବା ପିଲା ନୁହେଁ । ଯାହାର ସାହସ ଅଛି ସାମନା ପଟୁ ମୋତେ ଛୁରା ମାଡ଼ କରନ୍ତୁ। ମୁଁ ସତ୍ ରେ ଅଛି ସତ ମୋ’ ଶକ୍ତି, ତାହା ହିଁ ମୋ’ ଅସ୍ତ୍ର ବୋଲି କହିଛନ୍ତି ଅର୍ଚ୍ଚନା ନାଗ ।

ଏଥିସହ ସେ କହିଛନ୍ତି, ମୋତେ ନ୍ୟାୟ ମିଳିବାରେ ସାମାନ୍ୟ ବିଳମ୍ବ ହୋଇଛି। ମାତ୍ର ନ୍ୟାୟିକ ପ୍ରକିୟାରେ ମୋର ବିଶ୍ୱାସ ଅଛି। ନାରୀକୁ ଅସମ୍ମାନ ଆମ ରାଜ୍ୟକୁ ଶୋଭା ଦେଉନି। ଏସବୁ କାମ କିଏ କରୁଛି ଖୁବ ଶୀଘ୍ର ମୁଁ ତାର ପର୍ଦ୍ଦାଫାସ କରୁଛି। ନାରୀ କେବେ ଦୁର୍ବଳ ନୁହଁ ସେ ସବଳ ।

Leave a Reply

Your email address will not be published. Required fields are marked *