Pratidin TV

Odisha's Digital News Platform

ସଂଗୀତ ପାଇଁ ଆଜିବି ପ୍ରତି ଓଡ଼ିଆଙ୍କ ମନରେ ଜୀବିତ ଅକ୍ଷୟ ମହାନ୍ତି…

1 min read

ଅକ୍ଷୟ ହେଉଛି ଯାହାର କ୍ଷୟ ହୋଇନଥାଏ । ସେହିପରି ଓଡିଶାର ଅତି ପରିଚିତ ଅକ୍ଷୟ ମହାନ୍ତି ଯିଏକି ସବୁବେଳ ପାଇଁ ଅକ୍ଷୟ ହୋଇ ରହିଛନ୍ତି । ତାଙ୍କ ଗୀତ ଗୁଡିକ ମଧ୍ୟ ଓଡିଶା ବସୀଙ୍କ ମନରେ ଅକ୍ଷୟ ହୋଇ ରହିଛି । ତାଙ୍କ ଦୃଷ୍ଟିରେ ଯାହା ସେ ଦେଖନ୍ତି ତାକୁ ଅନୁଭବ କରି ସଂଗୀତରେ ଜୀବନ୍ତ କରନ୍ତି । ଆଜି ସେହି ସଂଗୀତର ବାଦଶାହା ପ୍ରିୟ ଅକ୍ଷୟ ମହାନ୍ତି ବା ଖୋକାଭାଇଙ୍କ ଜନ୍ମ ଜୟନ୍ତି । ୧୯୩୬ ଅ କ୍ଟୋବର ୧୨ ରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ଆକାଶବାଣି କେନ୍ଦ୍ରରୁ ଆରମ୍ଭ ହୋଇଥିଲା ଅକ୍ଷୟ ମହାନ୍ତିଙ୍କ ସଂଗୀତ ମୟ ଜୀବନ । ତାପରେ ସିନେମା । ଏବଂ ୧୯୫୯ ମସହାରେ ମା’ ସିନେମାରେ ପ୍ରଚ୍ଛଦ ଗାୟକ ଭାବେ ପ୍ରଥମେ ସୁଯୋଗ ପାଇଥିଲେ ଅକ୍ଷୟ । ପାରମ୍ପରିକ ଓଡିଆ ଗୀତ କିମ୍ବା ଆଧୁନିକ ଗୀତ ଏସବୁ ଅକ୍ଷୟ ମହାନ୍ତିଙ୍କ କଣ୍ଟ ସ୍ୱରରେ ସୁମଧୁର ହୋଇ ଉଠୁଥିଲା । ଯାହା ଆଜିବି ଚିର ସବୁଜ ହୋଇ ରହିଛି । ସେଥିମଧ୍ୟରୁ ଉଡି ଉଡି ଯାରେ ଗୁଡି,ନଦୀ ଫେରେ ସାଗରକୁ, ଦୁନିଆ ଜାଣେତ ସାଗର ବୁକୁରେ,କିଛି ଲୁହ ପୋଛା ହୁଏ ପଣତ କାନିରେ, ଜାଇଫୁଲ ଇତ୍ୟାଦି ଅନ୍ୟତମ । ଯେଉଁ ଗୀତ ଗୁଡିକୁ ଆଜି ମଧ୍ୟ ଲୋକମାନେ ମନେ ମନେ ଗୁଣୁଗୁଣୁ ହୁଅନ୍ତି । ପିଲାଦିନରୁ ସଂଗୀତ ପ୍ରତି ଅକ୍ଷୟଙ୍କର ଦୁର୍ବଳତା ରହିଥିଲା । ପରେ ସେ ପ୍ରଖ୍ୟାତ ଗୀତିକାର ଭାବରେ ପରିଚିତ ହେଲେ । ତେବେ ତାଙ୍କ ଜୀବନକାଳ ମଧ୍ୟରେ ୧୨୯ଟି ଚଳଚିତ୍ରରେ ଗୀତ ଗାଇଥିଲେ । ୭୫ଟି ଚଳଚିତ୍ର ପାଇଁ ସଂଗୀତ ନିଦ୍ଦେର୍ଶନା ଦେଇଥିଲେ । ଏବଂ ୯୨ଟି ଚଳଚିତ୍ର ପାଇଁ ସେ ଗୀତ ଲେଖିଥିଲେ । କେବଳ ସଂଗୀତ ନୁହେଁ ଓଡିଆ ସାହିତ୍ୟ ଜଗତରେ ମଧ୍ୟ ଅକ୍ଷୟ ମହାନ୍ତିଙ୍କର ଦଖଲ ରହିଥିଲା । ସଂଗୀତରେ କଣ୍ଠଦାନ କରିବା ସହ ସେ ଜଣେ ଭଲ ଗୀତିକାର, ଏବଂ ସଂଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ । ତେବେ ଆଜି ତାଙ୍କ ଜନ୍ମ ଦିବସରେ ସାରା ଓଡିଶାବାସୀ ତାଙ୍କୁ ମନେ ପକାଇଛନ୍ତି । ଆଉ ଆଜି ମଧ୍ୟ ସଂଗୀତ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟରେ ଜୀବିତ ରହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *