Pratidin TV

Odisha's Digital News Platform

ହସ୍ପିଟାଲରେ ନାହିଁ ବିଜୁଳି ; ମୋବାଇଲ ଆଲୁଅରେ ଦିଆଯାଉଛି ସାଲାଇନ୍ ….

1 min read

କଟକ : ସରକାର ଲୋକମାନଙ୍କ ସୁବିଧା ବିକାଶ ବିକାଶ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଟକ ବାଙ୍କୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ନଗ୍ନ ଦୃଶ୍ୟ । ଦିନ ଦି –ପ୍ରହରରେ ହସ୍ପିଟାଲରେ ମୋବାଇଲ ଟର୍ଚ୍ଚରେ ଚାଲିଛି ରୋଗୀ ସେବା । ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଵାସ୍ଥ୍ୟ ସେବାର ନଗ୍ନ ଚିତ୍ର ।

କଟକ ଜିଲ୍ଲା ତିଗିରିଆ ମେଡ଼ିକାଲ ରେ ମୋବାଇଲ ଲାଇଟ୍ ରେ ଚାଲିଛି ରୋଗୀ ସେବା । ମୋବାଇଲ ଟର୍ଚ୍ଚ ରେ ରୋଗୀ ଚିକିତ୍ସା କରାଯାଉଛି । ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ ବେଡ଼ ନାହିଁ ଯେଉଁଥି ପାଇଁ ରୋଗୀମାନଙ୍କ ର ସଠିକ୍ ଭାବେ ଚିକିତ୍ସା କରାଯାଇପାରୁନାହିଁ । ରୋଗୀମାନଙ୍କ ଚିକିତ୍ସା ପାଇଁ ଆମ ସରକାର ସ୍ଵାସ୍ଥ୍ୟ ସେବା ସୃଦୃଢ଼ ହେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଠାରେ ବିଦ୍ୟୁତ୍ ନଥିବା ବେଳେ ରୋଗୀମାନଙ୍କୁ ଅନ୍ଧାରରେ ଚିକିତ୍ସା କରାଯାଉଛି ।

Advertisement

ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କହିବାକୁ ଗଲେ ଏଠାରେ ରୋଗୀମାନଙ୍କ ଜୀବନ ସହ ଏକ ପ୍ରକାରର ଖେଳ ଖେଳାଯାଉଛି । ତେବେ ଦେଖିବା ବାକି ରହିଲା ଯେ ଏ ଦୃଶ୍ୟ ପ୍ରଶାସନ ଆଖରି କେବେ ପଡୁଛି ଆଉ କେତେ ଶୀଘ୍ର ଏହାର ସମାଦାନ ହୋଇପାରୁଛି ।

Leave a Reply

Your email address will not be published. Required fields are marked *