Pratidin TV

Odisha's Digital News Platform

ବିଶ୍ୱର ବିରଳ ଘଟଣା ପାଞ୍ଚ ବର୍ଷର ଝିଅ ହେଲା ଗର୍ଭବତୀ , ଦେଲା ଶିଶୁପୁତ୍ରକୁ ଜନ୍ମ ..

1 min read

ପାଞ୍ଚ ବର୍ଷର ସାଧାରଣତ ଶିଶୁ କଥା ବି କହିପାରିନଥାନ୍ତି । ହେଲେ ଏକ କୁନି ଝିଅ ୫ ବର୍ଷରେ ଏକ କୁନିଝିଅକୁ ଜନ୍ମ ଦେଇଛି । ଏକଥା ହୁଏତ ଆପଣଙ୍କୁ ବିଶ୍ୱାସ ହେଉନଥିବ ନିଶ୍ଚୟ । ହେଲେ ଏ ଘଟଣା ସମ୍ପୂର୍ଣ୍ଣ ବାସ୍ତବ । ଯାହା ଆଗରେ ହାରିଯାଇଥିଲା ବିଜ୍ଞାନ । ଆଜିବି ସେହି ରହସ୍ୟ ରହସ୍ୟ ହୋଇ ରହିଛି । ଏ କାହାଣୀ ହେଉଛି ଲାଟିନ ଆମେରିକା ପେରୁର ରହୁଥିବା ଲୀନା ମେଦିନା ନାମକ ଛୋଟ ଝିଅର । ଏହି ଝିଅଟି ମାତ୍ର ୫ ବର୍ଷ ୭ ମାସ ବୟସରେ ଏକ ସୁସ୍ଥ ଶିଶୁ ପୁତ୍ର ଜନ୍ମ ଦେଇଥିଲା । ଏହି ଘଟଣା ମେଡିକାଲ ଜଗତ ପାଇଁ ଏକ ରହସ୍ୟ ହୋଇ ରହିଛି, । କାରଣ ସେ ଏତେ କମ ବୟସରେ କିପରି ମାଆ ହୋଇଥିଲେ ତାହା ଆଜି ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଲୀନା ମେଦିନା ୨୭ ସେପ୍ଟେମ୍ବର ୧୯୩୩ ରେ ପେରୁର ଟିକ୍ରାପୋରେ ଜନ୍ମଗ୍ରହଣ କରିଥିଲେ ।


ଯେତେବେଳେ ଲିନାଙ୍କୁ ପାଞ୍ଚ ବର୍ଷ ହୋଇଥିଲା, ହଠାତ୍ ତାଙ୍କ ପେଟର ଆକାର ବଢିବାକୁ ଲାଗିଲା । ଲୀନାଙ୍କ ପିତାମାତା ଭାବିଥିଲେ ଯେ ଟ୍ୟୁମର ହେତୁ ପେଟ ବଢୁଛି । ସେ ଏକ ପଛୁଆ ଗାଁରେ ବାସ କରୁଥିଲେ ଯେଉଁଠି ଡାକ୍ତରଖାନାର ସୁବିଧା ନଥିଲା ଏହି କାରଣରୁ, ବାପା ମାଆ ତାଙ୍କୁ ଗାଁର ବୈଦ ଙ୍କ ଠାରୁ ଚିକିତ୍ସା ଜାରି ରଖିଥିଲେ । ହେଲେ ସେଥିରେ କିଛି ସୁଫଳ ମିଳିନଥିଲା । ଆହୁରି ଲୀନାଙ୍କର ପେଟ ବଢିବାକୁ ଲାଗିଥିଲା । ଶେଷରେ ବାପା ମାଆ ,ଲୀନାଙ୍କୁ ସହରକୁ ନେଇଥିଲେ ଏବଂ ଡାକ୍ତରଙ୍କୁ ଦେଖାଇଥିଲେ । ଯେତେବେଳେ ଡକ୍ଟର ଲୀନାଙ୍କୁ ପରୀକ୍ଷା କରିଥିଲେ, ସେତେବେଳେ ସେ ଲୀନାକୁ ଗର୍ଭବତୀ ଥିବା ସନ୍ଦେହ କରି ଲିନାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନେଇଥିଲେ।

Advertisement

ଏହି ଅନୁସନ୍ଧାନ ପରେ ଏହା ସ୍ପଷ୍ଟ ହେଲା ଯେ ଲୀନା ଗର୍ଭବତୀ ଅଛନ୍ତି। ଯାହା ଶୁଣିବା ପରେ ବାପା ମାଆ ଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଏହା ସହ ଶିଶୁର ଅଳ୍ପ ବୟସ ହେତୁ ପିଲା ଜନ୍ମ କରିବାରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲା । ସେଥିପାଇଁ ଏକ ଡାକ୍ତରୀ ଦଳ ତାଙ୍କୁ ପ୍ରାୟ ଏକ ମାସ ହସ୍ପିଟାଲରେ ରଖିଥିଲେ ଏବଂ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିଥିଲେ । ଶେଷରେ ଲୀନା ୧୪ ମଇ ୧୯୩୯ ରେ ଏକ ସୁସ୍ଥ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଏହାପରେ ସମଗ୍ର ବିଶ୍ୱର ଲୀନାଙ୍କ ଖବର ପ୍ରକାଶ ପାଇଥିଲା। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପାଞ୍ଚ ବର୍ଷ ବୟସରେ ଲୀନା ମାଆ ହେଲେ କେମିତି ।

ତେବେ ତିନି ବର୍ଷ ବୟସରୁ ତାଙ୍କର ଋତୁସ୍ରାବ ଆରମ୍ଭ ହୋଇଥିଲା । ଏଥି ସହିତ, ପାଞ୍ଚ ବର୍ଷ ବୟସ ରେ ତାଙ୍କ , ଗର୍ଭ ଏକ ସନ୍ତାନ ପ୍ରସବ କରିବାରେ ସକ୍ଷମ ହୋଇଥିଲା। ଡାକ୍ତରମାନେ ଲୀନାର ପ୍ରସବ ସମୟରେ ଦେଖିଥିଲେ ଯେ ପ୍ରଜନନ ଅଙ୍ଗଗୁଡ଼ିକ ସଂପୂର୍ଣ୍ଣ ବିକଶିତ ହୋଇଛି । ଲୀନା ଜନ୍ମ କରିଥିବା ଶିଶୁପୁତ୍ର ର ନାମ ଜୋରାର୍ଡୋ’ ରଖାଯାଇଥିଲା। ସେହି ଶିଶୁ ପୁତ୍ର ଲୀନା ଙ୍କ ସାନ ଭାଇ ଭାବରେ ଥିଲା । ଯେତେବେଳେ ଜେରାର୍ଡୋଙ୍କୁ ୧୦ ବର୍ଷ ହୋଇଥିଲା, ସେ ଜାଣିବାକୁ ପାଇଲେ ଯେ ଲୀନା ତାଙ୍କ ଭଉଣୀ ନୁହଁନ୍ତି, ତାଙ୍କ ମା।
୧୯୭୦ ମସିହାରେ, ଲୀନା ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଥିଲେ ଏବଂ ଏହାପରେ ଲୀନା ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ । ତାଙ୍କର ପ୍ରଥମ ପୁତ୍ର ସନ୍ତାନ ୪୦ ବର୍ଷ ବୟସରେ ଅସୁସ୍ଥତା ହେତୁ ମୃତ୍ୟୁ ବରଣ କରିଥିଲେ।

ହେଲେ ଏହି ମାମଲାର ସବୁଠୁ ବଡ଼ ପ୍ରଶ୍ନ ଥିଲା ସେ କିପରି ଗର୍ଭବତୀ ହେଲେ। ଏପରିକି ଲୀନା ନିଜେ ଏ ବିଷୟରେ କିଛି ଜାଣି ନଥିଲେ।
ପୋଲିସର ସନ୍ଦେହ ପ୍ରଥମେ ଲୀନାଙ୍କ ପିତାଙ୍କ ଉପରେ ପଡିଥିଲା ​​ଯେ ସେ ଲୀନାଙ୍କୁ ଯୌନ ଶୋଷଣ କରିଥାଇ ପାରନ୍ତି, କିନ୍ତୁ ଡାକ୍ତରୀ ପରୀକ୍ଷା ସମୟରେ ଏହା ଭୁଲ ପ୍ରମାଣିତ ହୋଇଥଲା। ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଲୀନାଙ୍କୁ ସହ କୁକର୍ମ କରାଯାଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। କାରଣ ଲୀନା ରହୁଥିବା ଗ୍ରାମରେ ପ୍ରତିବର୍ଷ ଥରେ ଏକ ପାରମ୍ପାରିକ ପର୍ବ ପାଳନ କରାଯାଉଥିଲା | ଏହି ପର୍ବରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ କରାଯାଇଥିଲା | ଏହି ସମୟ ମଧ୍ୟରେ ଅନେକ ଝିଅ କୁକର୍ମ ର ଶିକାର ହେଉଥିଲେ । ସେଥିପାଇଁ ବିଶ୍ୱାସ କରାଯାଉଥିଲା ଯେ ଲୀନା ସେଥିରେ ଶିକାର ହୋଇଥିବେ । ହେଲେ ଏହି ଘଟଣାର ପ୍ରକୃତ ସତ ସାମ୍ନାକୁ ଆସି ପାରିନଥିଲା । ସେହି ରହସ୍ୟ ରହସ୍ୟରେ ରହିଯାଇଥିଲା|

Leave a Reply

Your email address will not be published. Required fields are marked *