Pratidin TV

Odisha's Digital News Platform

ଇସ୍ରାଏଲରୁ ଆସି ନନ୍ଦନକାନନରେ ଆଖିବୁଜିଲା ସିଂହୀ ବିନି ..୧୬ ବର୍ଷ ଧରି ପର୍ଯ୍ୟଟକଙ୍କୁ କରୁଥିଲା ଆକର୍ଷିତ..

1 min read

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶେଷ ନିଶ୍ୱାସ ନେଲା ସିଂହୀ ବିନି । ୧୬ ବର୍ଷ ବୟସରେ ସେ ଆଖି ବୁଜିଛି । ବୟସ ଅଧିକ ହୋଇ ଯାଇଥିବା କାରଣରୁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ରହି ଆସୁଥିଲା । ଯାହାଫଳରେ ତାର ଚିକିତ୍ସା ମଧ୍ୟ ଜାରି ରହିଥିଲା । ୫ତାରିଖରୁ ବିନି ବେଶୀ ଅସୁସ୍ଥ ହେବାରୁ ତାର ଚିକିତ୍ସା କରାଯାଉଥିଲା । ହେଲେ ତାକୁ ସୁସ୍ଥ କରାଯାଇ ପାରିଲା ନାହିଁ । ଶେଷରେ ସେ ଗତକାଲି ରାତିରେ ଆଖିବୁଜିଛି । ସିଂହୀର ମୃତ୍ୟୁ ହୋଇଥିବା ନେଇ ପ୍ରାଣୀ ଉଦ୍ୟାନ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିନି ୨୦୦୭ରେ ଜନ୍ମ ହୋଇଥିଲା । ସେ ଇସ୍ରାଏଲରେ ଜନ୍ମ ହୋଇଥିବା ବେଳେ ୨୦୧୫ରେ ନନ୍ଦନକାନନକୁ ଆସିଥିଲା । ମାତ୍ର ୮ ବର୍ଷ ହୋଇଥିବା ବେେଳେ ସେ ଇସ୍ରାଏଲର ତେଲ ଅବିବରୁ ଓଡିଶା ଆସିଥିଲା । ଏହା ପରଠାରୁ ଦୀର୍ଘ ୧୬ ବର୍ଷ ଧରି ଓଡିଶାରେ ରହି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା । ସିଂହୀର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟାରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ତା ୨୧କୁ ହ୍ରାସ ପାିଛି । ନନ୍ଦନକାନନ ସିଂହ ସଫାରୀରେ ଏବେ ୧୨ଟି ଅଣ୍ଡିରା ଏବଂ ୯ଟି ସିଂହୀ ରହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *