Pratidin TV

Odisha's Digital News Platform

ମାଟି ତଳୁ ମିଲିଲା ୩୫୦୦ ଲିଟର ମଦ …

1 min read

ବେଧଡକ ଚାଲିଛି ମଦକାରବାର । ପୋଲିସ ଆଖିରେ ଧୁଳିଦେଇ ନିଆରା ଢଙ୍ଗରେ ବେପାର ଚଳାଇଛନ୍ତି ମଦ ବେପାରୀ । ଆଜି ମାଟି ତଳୁ ହଜାର ହଜାର ଲିଟର ମଦ ଜବତ କରିଛି ଅବକାରୀ ବିଭାଗ । ବଡ଼ଧରଣ ର ବେଆଇନ ଦେଶୀ ମଦ କାରବାର ରେ ପ୍ରସ୍ତୁତି ସାମଗ୍ରୀ ଜବତ କଲା ରେଙ୍ଗାଲି ଅବକାରୀ ବିଭାଗ । ସମ୍ବଲପୁର ରେଙ୍ଗାରେ ବେଆଇନ ଭାବରେ ପ୍ରସ୍ତୁତି ପାଇଁ ମାଟିରେ ପୋତି ରଖି ଥିବା ମହୁଲ ପୋଚ ଏବଂ ଗୁଡ଼ ୩୫୦୦ ଲିଟର ମଦ ଜବତ କରିଛି ।

ରେଙ୍ଗାଲି ତିଲେଇମାଲ ଓରାମ ପଡା ପାଖ ଜଙ୍ଗଲ ରେ ଏହି କାରବାର କରୁଥିବା ଖବର ପାଇଥିଲା ଅବକାରୀ ବିଭାଗ । ଅଶୋକ କୁମାର ସେଠ ଙ୍କ ଆଦେଶ କ୍ରମେ ଏହାକୁ ସଫଳ ଭାବେ ଧରି ପାରିଥିଲେ କିନ୍ତୁ କୌଣସି ଲୋକଙ୍କୁ କାବୁ କରିପାରିନଥିଲେ ଅବକାରୀ ବିଭାଗ । ତେବେ ଆଗକୁ ସାଧାରଣ ନିର୍ବାଚନ , ନିର୍ବାଚନ ଯେମିତି ପାଖେଇ ଆସୁଛି ମଦ ତିଆରି ପ୍ରକ୍ରିୟା ବଢିବାରେ ଲାଗିଛି ତା ସହିତ ମଦ ଚୋରା ଚାଲାଣ ମଧ୍ୟ ସେମିତ ବଢ଼ି ଚାଲିଛି ।

Advertisement

Leave a Reply

Your email address will not be published. Required fields are marked *